ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଚଳିତ ମାସ ଜାନୁୟାରୀ ୧୪ ତାରିଖରୁ ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏନେଇ ଅଯୋଧ୍ୟା ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସଂପାଦକ ଚମ୍ପତ ରାୟ ସୂଚନା ଦେଇଛନ୍ତି । ପଥର ସହିତ ତମ୍ବାକୁ ବ୍ୟବହାର କରି ମନ୍ଦିର ନିର୍ମାଣ କରାଯିବ ଯାହାଦ୍ୱାରା ଏହି ବହୁ ବର୍ଷ ଯାଏଁ ତିଷ୍ଠି ରହିବ । କିନ୍ତୁ ଏହି ପ୍ରକ୍ରିୟା ଯୋଗୁଁ ମନ୍ଦିର ନିର୍ମାଣ ପାଇଁ ବ୍ୟୟ ଅଧିକ ବଢ଼ିଯିବ ।
ସେ ମଧ୍ୟ ସୂଚନା ଦେଇଛନ୍ତି କି ମନ୍ଦିରର ଫାଉଣ୍ଡେସନ ଯେଉଁ ସ୍ଥାନରେ ନିର୍ମାଣ କରାଯିବ, ସେଠାରେ ସରଜୂ ନଦୀର ଧାରା ପ୍ରବାହିତ ହେଉଥିବାର ଜଣାପଡିଛି। ଏହା ଯୋଗୁଁ ନିର୍ମାଣରେ କିଛିଟା ସମସ୍ୟା ଦେଖାଦେଇପାରେ । ତେବେ ଏକ ସପ୍ତାହ ଭିତରେ ଏହି ସମସ୍ୟାର ସମାଧାନ ବାହାର କରାଯିବ ଏବଂ ଆଇଆଇଟି ବିଶେଷଜ୍ଞମାନେ ଏହି କାର୍ଯ୍ୟରେ ଲାଗିଥିବା ଜଣା ପଡ଼ିଛି ।