ସନଷ୍ଟାର ଟିଭି ବ୍ୟୁରୋ
ସାଲେପୁର: ଗତକାଲି ରାତ୍ରୀରେ ବିଜେପି ପ୍ରଭାରୀ ତଥା ମାହାଙ୍ଗା ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବାଇକରେ ଯାଉଥିବା ବେଳେ ଜଁକୋଟି ନିକଟରେ ଦୁର୍ବୁତ୍ତଙ୍କ ମରଣାତ୍ମକ ଆକ୍ରମଣରେ କୁଳମଣି ବରାଳ ଓ ତାଙ୍କର ଅନ୍ୟ ଜଣେ ସହଯୋଗୀ ଗୁରୁତର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ତେବେ ସେଠାରେ ତାଙ୍କ ମୃତ୍ୟୃ ଘଟିଥିଲା । ତେବେ ତାଙ୍କର ଅନ୍ୟ ଜଣେ ସହଯୋଗୀ ମଧ୍ୟ ଗୁରୁତର ଥିବାରୁ ତାଙ୍କୁ କଟକ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।।
ତେବେ ଏହି ହତ୍ୟା ଘଟଣାକୁ ଦୃଢ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳିର ଆମ ଦଳର ବରିଷ୍ଠ ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୂଳମଣି ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଗଣମାଧ୍ୟମରୁ ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ।
— Dharmendra Pradhan (@dpradhanbjp) January 2, 2021
ଶ୍ରୀ ବରାଳ ଜଣେ ସରଳ ଓ ନିଷ୍ଠାପର ସାମାଜିକ କାର୍ଯ୍ୟକର୍ତ୍ତା ଭାବେ ପରିଚିତ ଥିଲେ । ସାମାଜିକ ଜୀବନରେ ମତ ପାର୍ଥକ୍ୟ ଏବଂ ବାଦବିବାଦ ରହିବ କିନ୍ତୁ ହିଂସା ଓ ହତ୍ୟା କରିବା, ଏହାଠୁ ଦୁଃଖଦ ଘଟଣା କିଛି ନଥାଇପାରେ ।
— Dharmendra Pradhan (@dpradhanbjp) January 2, 2021
ଏହି ଘଟଣାରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ମୋର ବିଶ୍ୱାସ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମେବଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।
— Dharmendra Pradhan (@dpradhanbjp) January 2, 2021