ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଶ୍ମଶାନର ଛାତ ଭୁଷୁଡି ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଆସିଥିବା ୧୫ଜଣଙ୍କ ମୃତ୍ୟୁ ଘଟିଛି ଓ ଅନେକ ଜଣ ଆହତ ହୋଇଥିବା କୁହାଯାଉଛି । ଦିଲ୍ଲୀ ନିକଟସ୍ଥ ଗାଜିଆବାଦରେ ଘଟିଛି ଏପରି ଏକ ଅଭାବନୀୟ ଦୁର୍ଘଟଣା । ତେବେ ଉଦ୍ଧାର କାର୍ଯ୍ୟ ଚାଲୁ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରୁଛି ପୁଲିସ ।
ସୂଚନା ମୁତାବକ, ଆଜି ସକାଳେ ମୁରଦାନଗରର ଶ୍ମଶାନକୁ କିଛି ଲୋକ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଆସିଥିଲେ । ଲଗାଣ ବର୍ଷା ହେତୁ ଏହି ଲୋକମାନେ ଛାତ ତଳେ ଠିଆ ହୋଇଥିବା ବେଳେ ହଠାତ ଛାତ ଭୁଷୁଡ଼ି ପଡ଼ିଥିଲା । ପୁଲିସ ଏବଂ ଏନଡିଆରଏଫ ଟିମ୍ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିବା ସହ ଏ ପର୍ଯ୍ୟନ୍ତ ୧୫ଜଣଙ୍କର ମୃତଦେହ ଉଦ୍ଧାର କରିସାରିଛନ୍ତି । ଏବଂ ଫସି ରହିଥିବା ଅନ୍ୟ ଲୋକଙ୍କୁ ପୁଲିସ ଏବଂ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।