ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ନୂଆବର୍ଷରେ ଅମ୍ବାନୀଙ୍କୁ ବଡ଼ ଝଟକା । ଆର୍ଆଇଏଲ ଓ ମୁକେଶ ଅମ୍ୱାନୀଙ୍କ ଉପରେ ଲାଗିଲା ଜୋରିମାନା। ବଜାର ନିୟାମକ ସିକ୍ୟୁରିଟି ଏଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (SEBI) ଲଗେଇଛି ଏହି ଜୋରିମାନା । ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍ ଉପରେ ୨୫ କୋଟି ଏବଂ ଏହାର ଚେୟାରମ୍ୟାନ୍ ମୁକେଶ ଅମ୍ୱାନୀଙ୍କ ଉପରେ ୧୫ କୋଟି ଟଙ୍କାର ଜୋରିମାନା ଲଗେଇଛି । ମୁକେଶ ଅମ୍ୱାନୀଙ୍କ ସହ ଆଉ ଦୁଇଟି ଅନ୍ୟ କମ୍ପାନୀ ଉପରେ ମଧ୍ୟ ଜୋରିମାନା ଲାଗିଛି ।
ରିଲାଏନ୍ସ ପେଟ୍ରୋଲିୟମ ଲିମିଟେଡ(ଆରପିଏଲ୍)ର ଶେୟାରରେ କଥିତ ରୂପେ ନଭେମ୍ୱର ୨୦୦୭ରେ ହୋଇଥିବା ହେରଫେର ପାଇଁ ଏସ୍ଇବିଆଇ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଏହା ବ୍ୟତୀତ ସେବି ନଭି ମୁମ୍ୱାଇ ଏସ୍ଇଜେଡ୍ ପ୍ରାଇଭେଟ୍ ଲିମିଟେଡ୍କୁ ୨୦ କୋଟି ଏବଂ ମୁମ୍ୱାଇ ଏସ୍ଇଜେଡ୍ ଲିମିଟେଡକୁ ମଧ୍ୟ ୧୦ କୋଟି ଟଙ୍କା ଜୋରିମାନା ଲାଗିଛି ।