ସନ୍ଷ୍ଟାର ଟିଭି ବ୍ୟୁରୋ
ରାଜ୍ୟରେ ଜାନୁୟାରୀ ୮ରୁ ଖୋଲିବ ସ୍କୁଲ । ଏନେଇ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି । ତେବେ ଦଶମ ଏବଂ ଦ୍ଵାଦଶ ଶ୍ରେଣୀଙ୍କ ପାଇଁ ସ୍କୁଲ ଖୋଲୁଥିବାବେଳେ ଜାନୁୟାରୀ ୮ରୁ ଏପ୍ରିଲ ୨୬ ଯାଏ ୧୦୦ ଦିନ ବ୍ୟବଧାନରେ ଦଶମ ଶ୍ରେଣୀର ପିଲାଙ୍କ ପାଠପଢା ହେବ । ଉଭୟ ଶନିବାର ଓ ରବିବାର ମଧ୍ୟ ପିଲାଙ୍କ ପାଠପଢା ହେବ । ମିଳିଥିବା ସୂଚନା ଅନୁସାରେ, ମେ ୩ରୁ ଦଶମ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମେ ୧୫ରେ ସରିବ । ସେହିପରି ଦ୍ଵାଦଶ ପିଲାଙ୍କ ପାଇଁ ଜାନୁୟାରୀ ୮ରୁ ଏପ୍ରିଲ ୨୮ ଯାଏ ପାଠପଢା ହେବାକୁ ଥିବା ବେଳେ ଦ୍ଵାଦଶ ବୋର୍ଡ୍ ପରୀକ୍ଷା ମେ ୧୫ରୁ ଆରମ୍ଭ ହୋଇ ଜୁନ୍ ୧୧ ଯାଏ ଚାଲିବ । ଦଶମ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୨୭ରୁ ମେ ୨ ଯାଏ ହେବାକୁ ଥିବାବେଳେ ଦ୍ଵାଦଶ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୨୯ରୁ ମେ ୧୪ ଯାଏ ଚାଲିବ ।
ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରି ଗାଇଡଲାଇନ୍ ଜାରି କରିଛନ୍ତି । ସ୍କୁଲ ଖୋଲିବା ନେଇ କଣ ରହିଛି ସରକାରଙ୍କ କୋଭିଡ୍ ଗାଇଡଲାଇନ୍-
କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସ୍କୁଲ ଖୋଲିପାରିବ ।
କଣ୍ଟେନମେଣ୍ଟ ଜୋନର କୈାଣସି ଶିକ୍ଷକ , ପିଲା ସ୍କୁଲ ଆସିବା ମନା ।
କଣ୍ଟେନମେଣ୍ଟ ଜୋନ ହେଲେ ଖୋଲିଥିବା ସ୍କୁଲ ତୁରନ୍ତ ବନ୍ଦ ହେବ ।
ଖୋଲିବା ପୂର୍ବରୁ ଆସବାବପତ୍ର , ଲାଇବ୍ରେରୀ ଇତ୍ୟାଦି ସାନିଟାଇଜ ହେବ ।
ପାଇଖାନା ଓ ପାନୀୟ ଜଳ ବ୍ୟବସ୍ଥା ନଥିବା ସ୍କୁଲ ଖୋଲିପାରିବନି ।
ଏବେ କୈାଣସି ହଷ୍ଟେଲ ଖୋଲିପାରିବ ନାହିଁ ।
ସ୍କୁଲ ବସ୍ ବଦଳରେ ଅଭିଭାବକ ପିଲାଙ୍କୁ ଛାଡିବାକୁ ପରାମର୍ଶ ।
କୈାଣସି ପିଲାଙ୍କୁ ସ୍କୁଲକୁ ଆସିବାକୁ ବାଧ୍ୟ କରାଯାଇ ପାରିବନାହିଁ ।
କେବଳ ଅଭିଭାବକ ଏବଂ ପିଲା ରାଜିଥିଲେ ସ୍କୁଲ ଆସିପାରିବେ ।
କ୍ଲାସ୍ ରୁମ୍ ରେ ସାମାଜିକ ଦୂରତା ପାଇଁ ଗୋଟିଏ ସିଟ୍ ଛାଡି ବସିବେ ।
ପିଲାଙ୍କ ପାଇଁ ପରୀକ୍ଷା ଭଳି କ୍ଲାସରେ ନିର୍ଦ୍ଦିଷ୍ଟ ସିଟ୍ ବ୍ୟବସ୍ଥା ହେବ ।
ପ୍ରତି ସ୍କୁଲରେ ଆଇସୋଲେସନ ରୁମ୍ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ।
ସ୍କୁଲ ପରିସରର ୧୦୦ ମିଟର ପର୍ଯ୍ୟନ୍ତ ବାହାର ଖାଦ୍ୟ ମିଳିବ ନାହିଁ ।