ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟ ଏସ୍ସିବିସି କମିଶନ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଜଷ୍ଟିସ ରଘୁନାଥ ବିଶ୍ୱାଳ। ଦାୟିତ୍ୱ ଗ୍ରହଣ ପରେ ରଘୁନାଥ ବିଶ୍ୱାଳ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟରେ ପଛୁଆବର୍ଗଙ୍କ ସଂରକ୍ଷଣ ପାଇଁ କାର୍ଯ୍ୟ ତ୍ୱରାନିତ ହେବ। ଯଦି କୌଣସି ଜାତିର ଲୋକ ଓବିସି ବର୍ଗକୁ ଆସିବା ପାଇଁ ଚାହିଁବେ ସେମାନେ ଆସି ପାରିବେ। ତାସହ କୌଣସି ଓବିସି ବର୍ଗରେ ଥାଇ ଯଦି ସାମାଜିକ ଓ ଆର୍ଥିକ ସ୍ତରରେ ସ୍ୱଚ୍ଛଳ ଥାନ୍ତି, ତାହାଲେ ସେମାନେ ମଧ୍ୟ ସେମାନଙ୍କ ନାଁ ଓବିସି ତାଲିକାରୁ ହଟାଇ ପାରିବେ। ରାଜ୍ୟରେ କେତେ ଓବିସି ଅଛନ୍ତି ତାର ଏକ ଡାଟା ପ୍ରସ୍ତୁତ ହେବ ବୋଲି ମଧ୍ୟ କହିଛନ୍ତି କମିଶନ ଅଧ୍ୟକ୍ଷ।