ସନ୍ଷ୍ଟାର ଟିଭି ବ୍ୟୁରୋ
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ଵାରା ଭର୍ଚୁଆଲ୍ ମାଧ୍ୟମରେ ସମ୍ବଲପୁର ‘ଆଇଆଇଏମ୍’ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ ହୋଇଛି । ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅଭିଭାଷଣ ରଖିଛନ୍ତି । ‘ଆଇଆଇଏମ୍’ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଲେ ନବୀନ । ଏହା ସହ ପୂର୍ବ ଭାରତରେ ଓଡ଼ିଶା ଏକ ଶିକ୍ଷାର ହବ୍ ହେବାକୁ ଯାଉଛି ବୋଲି ସେ କହିଛନ୍ତି । ନବୀନ ଏହା ମଧି୍ୟ କହିଛନ୍ତି ଯେ, ଓଡ଼ିଶାକୁ ଶିକ୍ଷାର ହବ୍ କରିବା ପାଇଁ ଉଚିତ୍ ପଦକ୍ଷେପ ନିଆଯାଇଛି । ସେ ଓଡ଼ିଶାରେ ଅଧିକରୁ ଅଧିକ କେନ୍ଦ୍ରୀୟ ଅନୁଷ୍ଠାନ ପାଇଁ କେନ୍ଦ୍ରକୁ ଅପିଲ କରିଛନ୍ତି ।
image courtesy otv
ତେବେ ଏହି ଶିଳାନ୍ୟାସ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣ ରଖିଛନ୍ତି । ପ୍ରଭୁ ଜଗନ୍ନାଥ ଓ ମା’ ସମଲେଶ୍ଵରୀଙ୍କୁ ସମ୍ମାନ ଜଣାଇ ସେ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ । ଏହା ସହ ସେ ଓଡ଼ିଶାବାସୀଙ୍କୁ ନୂଆ ବର୍ଷର ଜୁହାର ମଧ୍ୟ ଜଣାଇଥିଲେ । କୋଭିଡ୍ ସଙ୍କଟ ସତ୍ତ୍ଵେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ମିଳିଛି ଏବଂ ଗତ ଦୁଇ ବର୍ଷ ତୁଳନାରେ ଅନେକ କ୍ଷେତ୍ରରେ ବେଶୀ ସଫଳତା ମିଳିଛି ବୋଲି ମୋଦି କହିଛନ୍ତି । ହୀରୀକୁଦର ଗୌରବ ଓ ବୀର ସୁରେନ୍ଦ୍ର ସାଏଙ୍କୁ ଏହି ଉତ୍ସବରେ ସେ ମନେ ପକାଇଥିଲେ । ସମ୍ବଲପୁରରେ ‘ଆଇଆଇଏମ୍’ ପ୍ରତିଷ୍ଠା ଦ୍ଵାରା ଶିକ୍ଷାର ହବ୍ ହେବାକୁ ଯାଉଛି ମୋଦି କହିଛନ୍ତି ଏବଂ ସମ୍ବଲପୁରବାସୀଙ୍କୁ ଲୋକାଲକୁ ଭୋକାଲ ପାଇଁ ଆହ୍ଵାନ ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ସମ୍ବଲପୁରୀ ଟେକ୍ସଟାଇଲର ସାରା ବିଶ୍ଵରେ ଚାହିଦା ରହିଛି । ସମ୍ବଲପୁରରେ ସବୁକିଛି ଭରପୂର ଏବଂ ପର୍ଯ୍ୟଟନ ପାଇଁ ଏହା ଏକ ଉତ୍କୃଷ୍ଠ ସ୍ଥାନ । ‘ଆଇଆଇଏମ୍’ ସ୍ଥାନୀୟ ଓ ଗ୍ଲୋବାଲ ଉତ୍ପାଦ ମଧ୍ୟରେ ଏକ ବ୍ରିଜ ତିଆରି କରିବ ବୋଲି ପ୍ରଧାନମନ୍ତ୍ରୀ ମାଦି କହିଛନ୍ତି । ଏହା ସହ ଟେକ୍ନୋଲୋଜି ଆଜି ସବୁ ଭୌଗୋଳିକ ସମସ୍ୟାକୁ ଦୂର କରିଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ସମ୍ବଲପୁର ‘ଆଇଆଇଏମ୍’ର ସ୍ଥାୟୀ କ୍ୟାମ୍ପସ୍ ପାଇଁ ୨୦୦ ଏକର୍ ଜମି ରାଜ୍ୟ ସରକାର ଯୋଗାଇଥିବା ବେଳେ ଏଥିରେ ୪ଶହ ୧ କୋଟି ୯୭ ଲକ୍ଷ ଟଙ୍କାର ବୟ ଆକଳନ କରାଯାଇଛି । ଏବଂ ଏହାର କାର୍ଯ୍ୟ ୨୦୨୨ ସୁଦ୍ଧା ସମାପ୍ତ କରିବାକୁ ଅନୁମାନ କରାଯାଉଛି ।