ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ:ଜାନୁୟାରୀ ୮ରୁ ବ୍ରିଟେନ ଓ ଭାରତ ମଧ୍ୟରେ ପୁଣିଥରେ ବିମାନ ସେବା ଆରମ୍ଭ ହେବ। ସର୍ତ୍ତମୂଳକ ଭାବରେ ବିମାନ ଚଳାଚଳ କରିବ ବୋଲି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂହ ପୁରୀ ।
ସେ ଟ୍ୱୁଟ୍ କରି କହିଛନ୍ତି ଯେ ଜାନୁଆରୀ ୮ରୁ ୨୩ ମଧ୍ୟରେ ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ଏବଂ ହାଇଦ୍ରାବାଦକୁ ସପ୍ତାହରେ ମାତ୍ର ୧୫ଟି ବିମାନ ଉଡ଼ିବ।ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଭାରତରୁ ବ୍ରିଟେନକୁ ବିମାନ ଚଳାଚଳ ଡିସେମ୍ବର ୩୧ ଯାଏ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଥିଲା । ଏହାପରେ ଜାନୁଆରୀ ୭ ଯାଏ ବୃଦ୍ଧି କରାଯାଇଥିଲା । ତେବେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ କେବଳ ୧୫ଟି ବିମାନ ଉଡାଣକୁ ଅନୁମତି ମିଳିଛି।
It has been decided that flights between India & UK will resume from 8 Jan 2021.
Operations till 23 Jan will be restricted to 15 flights per week each for carriers of the two countries to & from Delhi, Mumbai, Bengaluru & Hyderabad only. @DGCAIndia will issue the details shortly— Hardeep Singh Puri (@HardeepSPuri) January 1, 2021