ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଜଷ୍ଟିସ ରଘୁନାଥ ବିଶ୍ୱାଳ ରାଜ୍ୟ ପଛୁଆ ବର୍ଗ କମିଶନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । କମିଶନଙ୍କ ସହ ତିନିଜଣ ସଦସ୍ୟ ଡକ୍ଟର ନବନୀତା ରଥ, ଡକ୍ଟର ମିତାଲୀ ଚିନ୍ନାରା ଓ ଡକ୍ଟର ପ୍ରସନ୍ନ କୁମାର ପାତ୍ର ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି ।
। ଓଡିଶା ରାଜ୍ୟ ପଛୁଆ ବର୍ଗ କମିଶନ ଆଇନ ୧୯୯୩ ଆଧାରରେ ପଛୁଆ ବର୍ଗ କମିଶନ ଗଠନ କରାଯାଇଛି । ଏହି କମିଶନ ପଛୁଆ ବର୍ଗର ସଂରକ୍ଷଣ ନେଇ ରହିଥିବା ବିବାଦର ସମାଧାନ ଦିଗରେ କାର୍ଯ୍ୟ କରିବା ସହ ସରକାରଙ୍କୁ ଆବଶ୍ୟକ ପରାମର୍ଶ ଦେବ ।
ଏହାସହ ରାଜ୍ୟରେ କେତେ ପଛୁଆ ବର୍ଗ ଲୋକ ଅଛନ୍ତି ତାର ସେନସସ କରାଯିବ ବୋଲି କମିଶନ କହିଛନ୍ତି । ସେହିଭଳି ସଂରକ୍ଷଣ ନେଇ ମଣ୍ଡଳ କମିଶନ ଯାହା ସୁପାରିଶ କରିଛନ୍ତି ତାକୁ କାର୍ଯ୍ୟକାରୀ କରିବା ଦିଗରେ କମିଶନ କାର୍ଯ୍ୟ କରିବ ବୋଲି କମିଶନ ଅଧ୍ୟକ୍ଷ କହିଛନ୍ତି ।