ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଜନୁୟାରୀ ମାସ ଗାଇଡଲାଇନ୍ ଅନୁସାରେ ସ୍କୁଲ ଖୋଲିବା ନେଇ ସେପରି କିଛି ନିଷ୍ପତ୍ତି ନିଆଯାଇ ନାହିଁ । ତେବେ ସ୍କୁଲ୍ ଖୋଲାଯିବା ନେଇ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଏବେ ବି ରାଜ୍ୟରେ ବ୍ରିଟେନ ଷ୍ଟ୍ରେନକୁ ନେଇ ଭୟ ରହିଥିବା ହେତୁ ସ୍କୁଲ କେବେ ଖୋଲିବ ସେ ନେଇ କୌଣସି ନିଷ୍ପତ୍ତି ହୋଇପାରୁନି ବୋଲି ସେ କହିଛନ୍ତି।
ଏଣେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସିବିଏସଇ ପରୀକ୍ଷା ନେଇ ତାରିଖ ଘୋଷଣା କରାଯିବା ପରେ ରାଜ୍ୟ ଗଣଶିକ୍ଷା ବିଭାଗ ଚିନ୍ତାରେ ପଡ଼ିଛି। ସିବିଏସଇ ପରୀକ୍ଷା ତାରିଖ ଘୋଷଣା ପରେ ଏହି ଧାରାରେ ଆଦର୍ଶ ବିଦ୍ୟାଳୟ ସହ କେତେକ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେମାନଙ୍କ ଲାଗି କିପରି ବ୍ୟବସ୍ଥା କରାଯିବ ସେ ନେଇ ବିଚାରବିମର୍ଶ କରାଯାଉଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।