ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ଟିକାକୁ ନେଇ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ମାଗଣାରେ ଦେଶବାସୀଙ୍କୁ ଦିଆଯିବ କରୋନା ଟିକା । ତେବେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ଭାରତରେ ପ୍ରତ୍ୟେକ ରାଜ୍ୟରେ କରୋନା ଟିକାକରଣ ପାଇଁ ଡ୍ରାଏ ରନ ଆରମ୍ଭ ହୋଇସାରିଥିବା ବେଳେ କେନ୍ଦ୍ର ସରକାରଙ୍କ ଏଭଳି ଘୋଷଣା ଦେଶବାସୀଙ୍କୁ ଖୁବ୍ ଆନନ୍ଦିତ କରିଛି । ଡ୍ରାଏ ରନର ଶୁଭାରମ୍ଭ କରିବାକୁ ଦିଲ୍ଲୀର ଜିଟିବି ହସ୍ପିଟାଲ ଯାଇଥିବା ବେଳେ ସେ କହିଛନ୍ତି କି ‘ଲୋକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ମିଥ୍ୟା ପ୍ରଚାର ଠାରୁ ଦୂରେଇ ରୁହନ୍ତୁ । ଭ୍ୟାକସିନର ସୁରକ୍ଷାକୁ ସୁନିଶ୍ଚିତ କରିବା ଆମର ଦାୟିତ୍ୱ ।’ ଏହାସହ ସେ ପୋଲିଓ ଟିକା କଥା ବି ମନେପକାଇ କହିଥିଲେ କି ପୋଲିଓ ଟିକାକରଣ ବେଳେ ବି ଏଭଳି କିଛି ମିଥ୍ୟା ପ୍ରଚାର କରାଯାଉଥିଲା । ହେଲେ ଟିକାକରଣ ସୁରଖୁରୁରେ ଚାଲିଲା ଓ ଏବେ ଦେଶ ପୋଲିଓମୁକ୍ତ ହୋଇଛି।
ତେବେ ସେ ଆଉ ମଧ୍ୟ କହିଛନ୍ତି ଯେ, ଯେଉଁମାନଙ୍କୁ ଟିକା ଦିଆଯିବ ସେମାନଙ୍କଠାରୁ କୌଣସି ଟଙ୍କା ନିଆଯିବ ନାହିଁ । ଟିକା କେଉଁମାନଙ୍କୁ ଦିଆଯିବ ତାହା ସରକାର ଚିହ୍ନଟ କରିବେ ।ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ନାଗରିକଙ୍କ ଟୀକାକରଣ କରାଯିବ । ଏହି ୫୧ ଲକ୍ଷଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ,କରୋନା ଯୋଦ୍ଧା,୫୦ ବର୍ଷରୁ ସେହିଭଳି ଅଧିକ ବୟସ୍କ ବ୍ୟକ୍ତି ସାମିଲ ଅଛନ୍ତି,ଯେଉଁମାନେ କୌଣସି ପ୍ରକାରର ଗମ୍ଭୀର ରୋଗରେ ପୀଡିତ ।
#WATCH | Not just in Delhi, it will be free across the country: Union Health Minister Dr Harsh Vardhan on being asked if COVID-19 vaccine will be provided free of cost pic.twitter.com/xuN7gmiF8S
— ANI (@ANI) January 2, 2021