ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଏଣିକି ଘର ନିର୍ମାଣ କରିବା ପାଇଁ ପ୍ଲାନ ଆପ୍ରୁଭାଲ ହେଲା ସହଜ । ଗୃହ ର୍ନିମାଣ ଅନୁମତି ପାଇଁ ଆଉ ଧାଇଁବାକୁ ପଡ଼ିବନି ବିଡିଏ (ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ) କାର୍ଯ୍ୟାଳୟ। ନିଜ ଜମିର ଲେ’ ଆଉଟ ଅନୁମତି ନେଇଥିବା ବ୍ୟକ୍ତି ସିଧା ର୍ନିମାଣ କରିପାରିବେ ଘର । ଏଥିପାଇଁ ଅନ୍ଲାଇନ୍ରେ ଆବେଦନ କରିହେବ ।www.bhubaneswar.meରେ ଗୃହ ନିର୍ମାଣ ପାଇଁ ୧୦୦ଟି ଷ୍ଟାଣ୍ଡାର୍ଡ ପ୍ଲାନ୍ ପ୍ରସ୍ତୁତ କରି ୱେବସାଇଟରେ ଲୋଡ୍ କରିଛି ବିଡିଏ ।
ଗୃହ ନିର୍ମାଣ ପାଇଁ ୧୦୦ଟି ଷ୍ଟାଣ୍ଡାର୍ଡ ପ୍ଲାନ ପ୍ରସ୍ତୁତ କରିଛି BDA । ସେହି ୧୦୦ଟି ପ୍ଲାନ୍ ଭିତରେ ୧୦ ମିଟରର କମ୍ ଉଚ୍ଚତା ବିଶିଷ୍ଟ ୩ ମହଲା ଘର ଓ ୫ ହଜାର ୪ଶହ ବର୍ଗ ଫୁଟ ଭିତରେ ର୍ନିମାଣ କରୁଥିବା ଘର ପାଇଁ ଆଉ ଅନୁମତିର ଆବଶ୍ୟକତା ରହିବ ନାହିଁ। କିନ୍ତୁ ଲେ’ ଆଉଟ ପ୍ଲାନ୍ ଗ୍ରହଣ ହୋଇଥିବା ବାଧ୍ୟତାମୂଳକ। ଏବେ କେବଳ ବିଏମ୍ସି ଓ ବିଡିଏକୁ ନିଜ ଜମିର କାଗଜ ପତ୍ର ,ପରିଚୟ ପତ୍ର ଏବଂ ଆବଶ୍ୟକ ଫି’ ଦେଇ ଗୃହକର୍ତ୍ତା ଅବଗତ କରିବେ।