ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ‘ବଜାସାଲ’ ନୃତ୍ୟ କଳାହାଣ୍ଡି ଜିଲ୍ଲାର ଏକ ପ୍ରସିଦ୍ଧ ଲୋକନୃତ୍ୟ ଭାବେ ବେଶ୍ ପ୍ରସିଦ୍ଧ । ଏବେ ସାରା ଦେଶ ଦେଖିବ କଳାହାଣ୍ଡି ଜିଲ୍ଲାର ବଜାସାଲ ଲୋକନୃତ୍ୟ । ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀ ସ୍ଥିତ ରାଜପଥ ଜାତୀୟ ପରେଡ଼ରେ କଳାହାଣ୍ଡି ଜିଲ୍ଲାର ସାଂସ୍କୃତିକ ଅନୁଷ୍ଠାନ ‘ପ୍ରତିଭା’ର ବଜାସାଲ ନୃତ୍ୟଦଳ ଭାଗ ନେବା ପାଇଁ ମନୋନୀତ ହୋଇଛି ।
କେନ୍ଦ୍ର ସଂସ୍କୃତି ବିଭାଗ ଅଧୀନ ‘କୋଲକତା ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର’ ଦ୍ୱାରା ପୂର୍ବ ଭାରତର ଏକମାତ୍ର ଦଳ ଭାବେ ଏହି ଅନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗ ଦେବ । ପ୍ରତିରକ୍ଷା ମନ୍ତ୍ରାଣାଳୟ ତତ୍ତ୍ୱାବଧାନରେ କଳାକାର ମାନେ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଚୂଡାନ୍ତ ହୋଇଛି । ଏଥିପାଇଁ ଆସନ୍ତା ୩ ତାରିଖରେ ୮୦ ଜଣିଆ ନୃତ୍ୟଦଳ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ତେବେ ମିଳିଥିବା ସୂଚନା ଅନୁସାରେ, ଭବାନୀପାଟଣା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଏବେ ଏହି କଳାକାରମାନେ ଅଭ୍ୟାସ ଜାରି ରଖିଛନ୍ତି ।