ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟ ଜନସାଧାରଣଙ୍କ ପାଖରେ ଉପଯ଼ୁକ୍ତ ସମୟରେ ସ୍ୱାସ୍ଥ୍ୟସେବା ଯ଼ୋଗାଇ ଦେବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮୪ଟି ନୂଆ ତଥା ଅତିରିକ୍ତ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି । ଏଜି ଛକସ୍ଥିତ ପରିବହନ ଭବନ ପରିସରରୁ ଏହାର ଉଦଘାଟନ କରାଯାଇଛି । ୨୭ଟି ଜିଲ୍ଲା ପାଇଁ ଅତିରିକ୍ତ ୮୪ଟି ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଥିବା ବେଳେ ବାଲେଶ୍ଵର ଜିଲ୍ଲା ପାଇଁ ସର୍ବାଧିକ ୧୧ଟି ଉଦ୍ଧିଷ୍ଟ ରହିଛି ।
ଏଥିପାଇଁ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ୫ବର୍ଷ ପାଇଁ ୧୦୪କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଆମ୍ବୁଲାନ୍ସରେ ୩ଜଣ ଲେଖାଏଁ ଦୁଇଟି ସିଫ୍ଟରେ ୬ଜଣ ହିସାବରେ ୮୪ଟି ଗାଡି ପାଇଁ ୫୦୪ଜଣ କର୍ମଚାରୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଉପସ୍ଥିତ ଅଛନ୍ତି ।
୨୦୧୩ ମାର୍ଚ୍ଚ ୫ ତାରିଖରୁ ରାଜ୍ୟର ମାଗଣା ୧୦୮ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା ।