ସନ୍ଷ୍ଟାର ଟିଭି ବ୍ୟୁରୋ
ସାରା ଦେଶରେ ଜାନୁୟାରୀ ୨ରୁ କରୋନା ଟିକାକରଣର ଡ୍ରାଏ ରନ୍ ପ୍ରକ୍ରିୟା ଆରମ୍ଭ ହେବ । ପ୍ରତି ରାଜ୍ୟର ରାଜଧାନୀରୁ ଡ୍ରାଏ ରନ୍ ଆରମ୍ଭ କରାଯିବ । ଏନେଇ ସ୍ଵାସ୍ଥ୍ୟ ମନ୍ତ୍ରାଳୟର ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଦେଶର ୪ଟି ରାଜ୍ୟ ତଥା ଆନ୍ଧ୍ର ପ୍ରଦେଶ, ଗୁଜୁରାଟ, ଆସାମ ଓ ପଞାବରେ ଡିସେମ୍ବର ୨୮,୨୯ରେ ଏହି ଡ୍ରାଏ ରନ୍ ପ୍ରକ୍ରିୟା ହୋଇଥିଲା । ତେବେ ଏହି ଡ୍ରାଏ ରନ୍ ପ୍ରକ୍ରିୟାକୁ ନେଇ ଓଡ଼ିଶା ପ୍ରସ୍ତୁତ ଥିବା ସୂଚନା ମିଳିଛି ।