ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ନୂତନ ବର୍ଷରେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଦେଇଛନ୍ତି ନୂତନ ଭେଟି । SCB ମେଡିକାଲ ଓ କଲେଜର ହେବାକୁ ଯାଉଛି ନବକଳେବର । ତେବେ ଏ ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଛାତ୍ରାବାସରେ ଅଧିକ ୨,୨୦୦ ଛାତ୍ରଛାତ୍ରୀ ରହିବା ବ୍ୟବସ୍ଥା କରାଯିବ ।୧,୨୮୦ ସରକାରୀ ବାସଗୃହ ନିର୍ମାଣ କରାଯିବ । ୫ ହଜାର ଶର୍ଯ୍ୟା ବିଶିଷ୍ଟ ହେବ SCB । ଅତ୍ୟାଧୁନିକ ଚିକିତ୍ସା ସହ ପରିବହନ ବ୍ୟବସ୍ଥା, ଆଧୁନିକ ରେଷ୍ଟୁରାଣ୍ଟ, ବାଣିଜ୍ୟ କେନ୍ଦ୍ର ଓ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ । ୩୫୦୦ କୋଟି ଟଙ୍କାର ଖର୍ଚ୍ଚରେ ପ୍ରକଳ୍ପ କାମ ଆଗେଇବ । ଏମ୍ସ ପ୍ଲସ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।
ସରକାରୀ ସ୍ତରରେ ମେଡିକାଲ କଲେଜ ପାଇଁ ଦେଶର ସର୍ବ ବୃହତ ପ୍ରକଳ୍ପ ହେବାକୁ ଯାଉଛି । ତେବେ ୧ ଜାନୁଆରୀ ୨୦୨୪ରେ ଉଦଘାଟନ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।