ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: କରୋନା ମହାମାରୀକୁ ପ୍ରତିହତ କରି ଓଡିଶାର ଅର୍ଥନୀତି କ୍ଷେତ୍ରରେ ଅଗ୍ରଗତି ଘଟିଛି । ରାଜସ୍ଵ ଆଦାୟରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ଚଳିତ ଆର୍ଥିକ ବର୍ଷର ନଭେମ୍ବର ସୁଦ୍ଧା ୨୯ ହଜାର ୪୧୧ କୋଟି ୨୯ ଲକ୍ଷ ଟଙ୍କା ରାଜସ୍ଵ ଆଦାୟ ହୋଇଛି ଯାହା ଗତ ବର୍ଷ ତୁଳନାରେ ୪ ପ୍ରତିଶତ ଅଧିକ । ତେବେ ଗତ ବର୍ଷ ନଭେମ୍ବରରେ ୨୮ ହଜାର ୪୦୨ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା ।
ଲକଡାଉନ୍ ଓ ସଟ୍ଡାଉନ୍ ପ୍ରରିପେକ୍ଷୀରେ ନଭେମ୍ବର ସୁଦ୍ଧା ବିଭିନ୍ନ ଭିତ୍ତିଭୂମି, ସାମାଜିକ, କୃଷି କ୍ଷେତ୍ରରେ ବଜେଟ ବ୍ୟବହାର ପରିମାଣ ପ୍ରାୟ ୬୦ ହଜାର କୋଟି ଟଙ୍କା ସ୍ତରରେ ପହଞ୍ଚିଛି । ବିଭିନ୍ନ ଯୋଜନାରେ ହୋଇଥିବା ଖର୍ଚ୍ଚ ସମ୍ଵନ୍ଧରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଏଥିସହ ବିଭିନ୍ନ ବିଭାଗର ଖର୍ଚ୍ଚ ବିବରଣୀ ଉପରେ ମଧ୍ୟ ଆଳୋଚନା କରାଯାଇଛି । ଏ ଅବସରରେ ନଗର ଉନ୍ନୟନ ସୁରେଶ ଚନ୍ଦ୍ର ମହାପାତ୍ର ଓଏମବିଏଡିସି ଓ ଡିଏମଏଫ୍ ପଣ୍ଡର ବ୍ୟୟ ଅଟ୍ଟକଳର ହିସାବ ଦେଇଥିଲେ । ଏହି ଦୁଇ ସ୍କିମ ଅଧୀନରେ୍ ଆଠଟି ଜିଲ୍ଲାରେ ୨୦ ହଜାର କୋଟି ଖର୍ଚ୍ଚ ହୋଇଥିବା କହିଛନ୍ତି ସୁରେଶ ଚନ୍ଦ୍ର ମହାପାତ୍ର ।