ସନ୍ଷ୍ଟାର ଟିଭି ବ୍ୟୁରୋ
ତିରୁବନନ୍ତପୁରମ୍: ଆଜି କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକାଇ କେନ୍ଦ୍ର ସରକାରଙ୍କ ୩ଟି ନୂତନ କୃଷି ଆଇନ ବିରୋଧରେ ଏକ ପ୍ରସ୍ତାବନା ଆଗତ କରିଛନ୍ତି । ତେବେ ମାତ୍ର ଏକ ଘଣ୍ଟାର ଏହି ଅଧିବେଶନରେ ସରକାର ଏହି ନିଷ୍ପତି ନେଇଛନ୍ତି । କୃଷକ ଉତ୍ପାଦନ ବାଣିଜ୍ୟ ବ୍ୟବସାୟ ଆଇନ୍, ଜରୁରୀ ଦ୍ରବ୍ୟ ଆଇନ୍, ମୂଲ୍ୟ ନିଶ୍ଚିତ ଚୁକ୍ତି ଏବଂ ଚାଷୀସେବା ଆଇନ୍ ଏହି ତିନୋଟି ଆଇନ୍କୁ ରଦ୍ଧ କରିଛନ୍ତି କେରଳ ସରକାର ।କେରଳ ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ଏହି ତିନୋଟିଯାକ ଆଇନ କେବଳ ବଡ଼ ବଡ଼ କର୍ପୋରେଟ୍ ହାଉସ୍କୁ ସାହାଯ୍ୟ କରିବ ।
ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ଆଗତ କରିଥିବା ପ୍ରସ୍ତାବନାରେ ଉଲ୍ଲେଖ କରିଛନ୍ତି ଯେ ଦେଶ କଠିନ ସମସ୍ୟା ମଧ୍ୟରେ ଗତି କରୁଥିବା ବେଳେ ଆନ୍ଦୋଳନରତ କୃଷକଙ୍କୁ ସମର୍ଥନ ଜଣାଇବା ରାଜ୍ୟ ସରକାରଙ୍କର କର୍ତ୍ତବ୍ୟ । କଠିନ ତଥା ଭୀଷଣ ଥଣ୍ଡା ପାଗରେ ଚଲିଥିବା ଏହି ଆନ୍ଦୋଳନ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୋଣକୁ ବିରୋଧ କରିବାରେ ବିଫଳ ହୋଇଛି ।
କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳମାନେ ଏହି ପ୍ରସ୍ତାବନାକୁ ସମର୍ଥନ ଜଣାଇଛନ୍ତି । ଭାରତୀୟ ଜନତା ପାର୍ଟିର ଏକମାତ୍ର ସଦସ୍ୟ ଓ. ରାଜଗୋପାଳ ମଧ୍ୟ ବିଧାନସଭାର ଏହି ଅଧିବେଶନରେ ଯୋଗ ଦେଇଛନ୍ତି।ଡିସେମ୍ବର ୩୧ ତାରିଖ ଦିନ ଏକଦବସୀୟ ସ୍ୱତନ୍ତ୍ର ଅଧିବେଶନ ଡାକିବା ନିମନ୍ତେ କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାଁ ସୋମବାର ଦିନ ସମ୍ମତି ପ୍ରଦାନ କରିଥିଲେ।