ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର । ୨୦୨୧ରୁ ଜାନୁଆରୀ ମାସରୁ ସାରା ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି ଏକକ ବୃତ୍ତି ପୋର୍ଟାଲ । ତେବେ ଏହି ପୋର୍ଟାଲ କାର୍ଯ୍ୟକାରୀ ହେବା ପରେ ବୃତ୍ତି ପାଇଁ ଛାତ୍ରଛାତ୍ରୀଙ୍କୁ ଆଉ ଅଲଗା ଅଲଗା ପୋର୍ଟାଲରେ ଆବେଦନ କରିବାକୁ ପଡିବ ନାହିଁ । ଗୋଟିଏ ପୋର୍ଟାଲରେ ଭିନ୍ନ ଭିନ୍ନ ବୃତ୍ତି ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।
ଏହି ପୋର୍ଟାଲର ଉଚ୍ଚଶିକ୍ଷା ବିଭାଗ, ଗଣଶିକ୍ଷା ବିଭାଗ , ବୈଷୟିକ ଶିକ୍ଷା , ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଅର୍ଥ ବିଭାଗ , କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଶ୍ରମ ବିଭାଗ, ବିଜ୍ଞାନ ଓ କାରିଗରି ବିଭାଗ, ଏବଂ ଓକାକ୍ର ଅଧିକାରୀମାନେ ଯୋଗଦେଇ ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରିଛନ୍ତି ।