ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଚୀନ ଓ ଭାରତ ସୀମାରେଖା ମଧ୍ୟରେ ଥିବା ବିବାଦୀୟ ପରିସ୍ଥିତି ସମ୍ବନ୍ଧରେ ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଏଲ୍ଏସିରେ ଅସ୍ଥାୟୀ ସ୍ଥିତି ଜାରି ରହିଛି । ଲଦାଖ ସୀମାରେ ବିବାଦୀୟ ପରିସ୍ଥିତିକୁ ନେଇ ଚୀନ ସହ ଆଲୋଚନା ପରେ ବି କିଛି ଫଳପ୍ରଦ ସମାଧାନ ହୋଇପାରିନି । ସେ କହିଛନ୍ତି, ସୀମା ବିବାଦ ନେଇ ଉଭୟ ଦେଶ ମଧ୍ୟରେ କୁଟନୈତିକ ଓ ସେନାସ୍ତରରେ ଆଲୋଚନା ଜାରି ରହିଛି । ତେବେ ଏ ଦିଗରେ ସକାରାତ୍ମକ ପରିଣାମ ଆସିପାରେ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।
ସେ ଆଉ ମଧ୍ୟ କହିଛନ୍ତି ଯେ ସୀମା ବିବାଦ ନେଇ ଦୁଇ ଦେଶ ମଧ୍ୟରେ ଅନେକଥର ଆଲୋଚନା ହୋଇଛି । ଖୁବ୍ଶୀଘ୍ର ଆଉ ଏକ ସେନାସ୍ତରୀୟ ବୈଠକ ବସିବାକୁ ଯାଉଛି । ତେବେ ସ୍ଥିତିରେ ସୁଧାର ନ ଆସିବା ଯାଏ ସୀମାରେ ସେନା କମ୍ କରାଯିବନି । ତେବେ ବିସ୍ତାରବାଦୀ ଚାଇନାକୁ କଡ଼ା ଜବାବ ଦେବାକୁ ଭାରତ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।