ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ପାରାଦୀପ ବନ୍ଦରକୁ ବିଶ୍ଵସ୍ତରୀୟ କରାଯିବ । କେନ୍ଦ୍ର କ୍ୟାବିନେଟ ବୈଠକରେ ଅର୍ଥନୈତିକ ବ୍ୟାପାର ସମ୍ଵନ୍ଧୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ବନ୍ଦରରେ ଓ୍ୱେଷ୍ଟର୍ଣ୍ଣ ଡକ୍ ନିର୍ମାଣ ହେବ । ଯାହା ଫଳରେ ବନ୍ଦରକୁ କେପ୍ ସାଇଜ୍ ଭେସେଲ ଆସିପାରିବ । କମ୍ ସମୟ ମଧ୍ୟରେ ଅଧିକ ମାଲ ପରିବହନ ନେଇ ବଡ଼ ଜାହାଜ ନିର୍ମାଣ ଚାଲିଛି । ହେଲେ ସେ ସବୁ ଡକ୍ ମଧ୍ୟକୁ ଆସିପାରୁନଥିବାରୁ ନୂଆ ଡକ୍ ନିର୍ମାଣ କରାଯିବ ବୋଲି ନିଷ୍ପତି ନିଆଯାଇଛି । ଏହି ନୂଆ ଡକ୍ ନିର୍ମାଣ ପରେ ବନ୍ଦରକୁ ଆସିପାରିବ ବୃହତକାୟ ଜାହଜ । ପାରାଦୀପ ବନ୍ଦରର ନୂତନୀକରଣ ପାଇଁ ୩୦୦୪.୬୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପାରାଦୀପ ବନ୍ଦର ବିକାଶିତ ହେଲେ ପୂର୍ବ ଭାରତର ଉନ୍ନତି ସମ୍ଭବ ବୋଲି କହିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡିଭିୟ । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏନେଇ ଟ୍ଵୁଟ୍ କରି ସୂଚନା ଦେଇଛନ୍ତି ।
Envisaged at an estimated cost of ₹3004.63 crore, the project will lead to significant enhancement of cargo handling capacity (25 MTPA) of Paradip Port and also enable it to handle cape size vessels and other heavy tonnage capacity carriers.
— Dharmendra Pradhan (@dpradhanbjp) December 30, 2020