ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଏଣିକି ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ପଢୁଥିବା କିଶୋରୀମାନଙ୍କ ପାଖରେ ସୁବିଧାରେ ପହଞ୍ଚିପାରିବ ସାନିଟାରୀ ନାପକିନ୍ । ଏଥିପାଇଁ ତିଆରି ହୋଇଛି ‘ଖୁସି’ ସଫ୍ଟୱେୟାର୍ । ତେବେ ଶୁଣିବାକୁ ମିଳିଛି ଖୁବ୍ଶୀଘ୍ର ଏହି ବ୍ୟବସ୍ଥା ମୋବାଇଲ୍ ଆପ୍ ମାଧ୍ୟମରେ ଉପଲବ୍ଧ ହେବ । ଏହି ବ୍ୟବସ୍ଥା ଦ୍ଵାରା କିଶୋରୀମାନଙ୍କ ପାଖକୁ ଅତି ସୁରକ୍ଷିତରେ ଏବଂ ଶୃଙ୍ଖଳିତ ଭାବେ ସାନିଟାରି ନାପକିନ୍ ପହଞ୍ଚି ପାରିବ ।
ଲୋକସେବା ଭବନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି ସଫ୍ଟୱେୟାର୍କୁ ଉନ୍ମୋଚନ କରିଥିଲେ ଏବଂ ଏହା ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ଦ୍ୱାରା ଏହା ପ୍ରସ୍ତୁତ ହୋଇଛି । ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ସାନିଟାରୀ ନାପକିନ୍ ଯୋଗାଣକାରୀମାନେ ଠିକ୍ ସମୟରେ ସାମଗ୍ରୀ ଯୋଗାଣ କରିବେ । ବ୍ଲକ୍ର ନୋଡାଲ୍ ଅଫିସରମାନେ ଏସବୁକୁ ସ୍କୁଲରେ ପହଞ୍ଚାଇବେ ଓ ପ୍ରତ୍ୟେକ ଛାତ୍ରୀଙ୍କ ନିକଟରେ ଏହା ନିଶ୍ଚିତ ଭାବେ ପହଞ୍ଚିପାରିବ ବୋଲି ସୂଚନା ଦେଇଛନ୍ତି ଶାସନ ସଚିବ ମୁଖ୍ୟ ପ୍ରଦୀପ୍ତ କୁମାପ ପାତ୍ର ।