ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ ନୂଆ ବର୍ଷରେ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର lତେବେ କଣ ରହିଛି କଟକଣା ଗୁଡିକ ଆସନ୍ତୁ ଜାଣିବା ।
- ଅନ୍ତିମ ସଂସ୍କାର ବେଳେ ୧୦୦ ଜଣଙ୍କୁ ଅନୁମତି
- ବାହାଘର ସମୟରେ ୨୦୦ ଜଣ ଉପସ୍ଥିତ ରହିପାରିବେ
- କଣ୍ଟେନ୍ମେଣ୍ଟ ଜୋନ ବାହାରେ ସ୍ଥିତି ଉପରେ ନଜର ରଖିବ ପ୍ରଶାସନ
- ଘରୁ ବାହରିଲା ବେଳେ ମାକ୍ସ ଓ ସାମାଜିକ ଦୂରତା ବାଧ୍ୟତାମୂଳକ
- କଣ୍ଟେନ୍ମେଣ୍ଟ ଜୋନରେ ଜାରି ରହିବ ଲକଡାଉନ୍ କଟକଣା
- କ୍ରୀଡା, ସାମାଜିକ ଓ ଧାର୍ମିକ କ୍ଷେତ୍ରରେ ୨୦୦ ଲୋକଙ୍କୁ ଅନୁମତି
- ଥିଏଟର, ସିନେମା ହଲ, ପ୍ରେକ୍ଷାଳୟ ଖୋଲିବାକୁ ମିଳିଲା ଅନୁମତି
- ୫୦ ପ୍ରତିଶତ ଲୋକଙ୍କୁ ନେଇ ଖୋଲିବ ଥିଏଟର, ସିନେମା ହଲ ଓ ପ୍ରେକ୍ଷାଳୟ
- ସର୍ବସାଧାରଣ ସ୍ଥାନରେ ପାନ, ଗୁଟଖା, ମଦ୍ୟପାନ କରିବା ଉପରେ କଟକଣା
- ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କଟକଣା
- ଆନ୍ତ ରାଜ୍ୟ ଚଳାଚଳ ଉପରୁ ହଟିଲା କଟକଣା