ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ଆକାଶ ମିସାଇଲ ସିଷ୍ଟମକୁ ଅନ୍ୟ ଦେଶମାନଙ୍କୁ ବିକ୍ରି କରିବାକୁ ଭାରତ ସରକାର ଅନୁମତି ଦେଇଛନ୍ତି । ତେବେ ଏସିଆ ଓ ଆଫ୍ରିକା ମହାଦେଶର ପ୍ରାୟ ୯ ବନ୍ଧୁରାଷ୍ଟ୍ର ଏହି ମିଶାଇଲକୁ କ୍ରୟ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।
ସରକାରଙ୍କର ଏହି ଅନୁମତିକୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସ୍ଵାଗତ କରିଛନ୍ତି । ଏହି ମିସାଇଲ ସିଷ୍ଟମ ପୂର୍ବରୁ ହିଁ ଭାରତୀୟ ପ୍ରତିରକ୍ଷା ବାହିନୀରେ ସାମିଲ ହୋଇସାରିଛି । ଏ ସମ୍ପର୍କରେ ଟ୍ବିଟ୍ କରି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜଣାଇଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି । ଏହି ମିସାଇଲ ସିଷ୍ଟମର ପ୍ରାୟ ୯୬ ପ୍ରତିଶତ ସାମଗ୍ରୀ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ । ଏହା ୨୫ କିଲୋମିଟର ଉଚ୍ଚରେ ଉଡ଼ୁଥିବା ଶତ୍ରୁପକ୍ଷର ବିମାନ, ଡ୍ରୋନ ଆଦିକୁ ଧ୍ବଂସ କରିପାରିବ । ସେ ଆଉ ମଧ୍ୟ କହିଛନ୍ତି ଯେ ଏହି ମିଶାଇଲର ରପ୍ତାନୀ ଦ୍ଵାରା ଭାରତର ପ୍ରତିରକ୍ଷା କ୍ଷେତ୍ରରେ ରାଜସ୍ଵ ବୃଦ୍ଧି ଘଟିବ । ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନା ଅଧିନରେ ଭାରତର ସ୍ଵଦେଶୀ ଜ୍ଞାନକୌଶଳରେ ଯୁଦ୍ଧାସ୍ତ୍ର ନିର୍ମାଣ କରିପାରୁଛି । ଯାହା ଦେଶ ପାଇଁ ଫଳପ୍ରଦ ହେଉଛି ।
କେବଳ ଆକାଶ ମିସାଇଲ ନୁହେଁ, ଭାରତ ନିର୍ମିତ ଆଉ କେତେକ ସାମଗ୍ରୀ ଯଥା ରାଡାର, କୋଷ୍ଟାର ସର୍ଭିଲାନ୍ସ ସିଷ୍ଟମର କ୍ରୟ ପାଇଁ ବିଭିନ୍ନ ଦେଶ ଆଗ୍ରହ ପ୍ରକାଶ କରିଛନ୍ତି । ଏସବୁ ସାମଗ୍ରୀ ରପ୍ତାନି ପ୍ରକ୍ରିୟାର ଦ୍ରୁତ ମଂଜୁରୀ ପାଇଁ ଏକ କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଇଛି । ଏହି କମିଟିରେ ପ୍ରତିରକ୍ଷାମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ସଦସ୍ୟ ରହିବେ ।
Under the #AtmaNirbharBharat, India is growing in its capabilities of manufacturing wide variety of Defence platforms & missiles.
The Cabinet chaired by PM @narendramodi ji today approved the export of Akash Missile System and a Committee for faster Approvals has been created.
— Rajnath Singh (@rajnathsingh) December 30, 2020