ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ ପ୍ରକ୍ରିୟା । ଅନଲାଇନ ମାଧ୍ୟମରେ ଲୋକମାନେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆରଟିଓ -୧ରେ ଆବେଦନ କରିପାରିବେ ।ଏନେଇ ଟ୍ୱିଟ୍ କରି ଭୁବନେଶ୍ୱର ଆରଟିଓ ୧ ।
ତେବେ, ଲର୍ଣ୍ଣିଂ ଲାଇସେନ୍ସ ଥିବା ଗାଡି ଚାଳକ ନୂଆ ଡ୍ରାଇଭିଂ ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିପାରିବେ । ପୂର୍ବରୁ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ ତାରିଖ ୩୧ ମାର୍ଚ୍ଚ ୨୦୨୧ ଯାଏ ବର୍ଦ୍ଧିତ କରାଯାଇଥିଲା । ଆରଟିଓର ସମସ୍ତ ସେବାକୁ ପେପରଲେସ୍ କରିବା ପାଇଁ ପ୍ରୟାସ ଚାଲିଛି ।
ତେବେ ଲାଇସେନ୍ସ ହେଉ କି ରେଜିଷ୍ଟ୍ରେସନ୍ ଏପରିକି ନବୀକରଣ ଭଳି କାର୍ଯ୍ୟପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରିବାକୁ ପଡିଥିଲା ଲୋକଙ୍କୁ । ଏବେ ଆରଟିଓ ସ୍ୱାଭାବିକ ଅବସ୍ଥାକୁ ଫେରିବା ସହିତ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିଛି ।
From today applying for the new DL started at RTO-1 BBSR.LLholder can apply for the new DL to RTO-1.
— Rto Bhubaneswar-I (@RtoBbsr_I) December 29, 2020