ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କୃଷକ ଓ ସରକାରଙ୍କ ମଧ୍ୟରେ ବୈଠକ ଆରମ୍ଭ ହୋଇଯାଇଛି । ନୂତନ କୃଷି ଆଇନ ବିଷୟରେ ଆଲୋଚନା କରିବା ପାଇଁ ବିଜ୍ଞାନ ଭବନରେ ଏକାଠି ହୋଇଛନ୍ତି ସରକାର ଓ କୃଷକ ସଂଗଠନ । ତେବେ ଆଜିର ବୈଠକ ହେଉଛି ଷଷ୍ଠ ବୈଠକ । ଏହା ପୂର୍ବରୁ ୫ ଟି ବୈଠକ ବସିସାରିଥିଲେ ମଧ୍ୟ କୃଷକ ଓ ସରକାରଙ୍କ ମଧ୍ୟରେ କୌଣସି ସଠିକ ନିଷ୍ପତି ନିଆହୋଇନାହିଁ । ତେବେ ବୈଠକକୁ ଯିବା ପୂର୍ବରୁ କୃଷକ ନେତା ରାକେଶ ଟିକୈତ୍ କହିଛନ୍ତି ଯେ ଆମକୁ ଆଶା ଅଛି ସରକାରଙ୍କୁ ଆନ୍ଦୋଳନ ବିଷୟରେ କିଛି ଜ୍ଞାନପ୍ରାପ୍ତ ହୋଇଥିବ ଓ ସରକାର ଆଇନ ରଦ୍ଦ କରିବା ପାଇଁ ନିଷ୍ପତି ନେବେ । । ଏହି ବୈଠକରେ କେବଳ ନୂତନ କୃଷି ଆଇନ୍ ରଦ୍ଦ କରିବା ବିଷୟରେ ଆଲୋଚନା କରାଯିବ । ଯଦି ଏହା ନ ହୁଏ ତେବେ ଆସନ୍ତା ଜାନୁୟାରୀ ୨୬ ରେ ଟ୍ରାକ୍ଟର ରାଲି କରାଯିବ ।