ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ୬୨ତମ ବରିଷ୍ଠ ପୋଲିସ ସମ୍ମିଳନୀର ଉଦ୍ଯାପନୀ ଦିବସରେ ଭର୍ଚୁଆଲ୍ ମାଧ୍ୟମରେ ଯୋଗ ଦେଇଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ଅବସରରେ ଶ୍ରୀ ପଟ୍ଟନାୟକ ଅନେକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି । ପ୍ରଥମେ ଶ୍ରୀ ପଟ୍ଟନାୟକ ମହିଳା ଓ ଶିଶୁମାନଙ୍କୁ ଗୁରୁତ୍ଵ ଦେଇ ସେମାନଙ୍କ ସୁରକ୍ଷା ଦିଗରେ ଧ୍ୟାନ ଦେବାକୁ ପୋଲିସ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ । ମହିଳା ଓ ଶିଶୁମାନଙ୍କ ସୁରକ୍ଷା ପାଇଁ ଏକ ସ୍ଵତନ୍ତ୍ର ଓ୍ଵିଙ୍ଗ ଗଠନ ହେବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଦୋଷୀ ସାବ୍ୟସ୍ତ ହାର କମୁଥିବାରୁ ଆବଶ୍ୟକ ପଦକ୍ଷେପ ନେଇ ଦୋଷୀ ସାବ୍ୟସ୍ତହାର ବୃର୍ଦ୍ଧି ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ତଦନ୍ତ ପ୍ରକ୍ରିୟାରେ ଆଧୁନିକ ଜ୍ଞାନକୌଶଳ ଅର୍ଥାତ୍ ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାରକୁ ଗୁରୁତ୍ଵ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଅବସସରେ ରାଜ୍ୟରେ ୬ଟି ନୂତନ ଥାନାର ଉଦ୍ଘାଟନ ମଧ୍ୟ କରିଥିଲେ
କରୋନା ମହାମାରୀ ସମୟରେ ପୋଲିସମାନଙ୍କ କାର୍ଯ୍ୟକୁ ପ୍ରଂଶସା କରିଛନ୍ତି କରିବା ସହିତ କରୋନା ସମୟରେ ହରାଇଥିବା ପୋଲିସମାନଙ୍କୁ ମଧ୍ୟ ମନେପକାଇଛନ୍ତି ମୁଖ୍ୟମନ୍ତ୍ରୀ ।