ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟ ସରକାର ସାଧାରଣ ଜନତାଙ୍କ ପାଇଁ ଆରମ୍ଭ କରିଛନ୍ତି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା । ଏହି ଯୋଜନା ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଓ ପରିବାରର ମହିଳା ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ସ୍ଵାସ୍ଥ୍ୟ କଭରେଜ ଦିଆଯାଉଛି । ରାଜ୍ୟର ପ୍ରାୟ ୧୫୦ରୁ ଅଧିକ ହସ୍ପିଟାଲରେ ସାଧାରଣ ଜନତା ଏହି ଯୋଜନାର ଫାଇଦା ଉଠାଇପାରିବେ । ତେବେ ଏହି ସୁବିଧା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ଆସୁଥିବା ମେଡିକାଲ ଗୁଡିକରେ ଦିଆଯିବ । ତେବେ ଭୁବନେଶ୍ଵରର ୩ ଟି ବେସରକାରୀ ହସ୍ପିଟାଲ ଆପୋଲୋ, ଆମ୍ରି, ଓ କେୟାର ସ୍ପେସିଆଲିଟି ହସ୍ପିଟାଲକୁ ମଧ୍ୟ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି ।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ପରିବାରର ମହିଳା ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ସ୍ବାସ୍ଥ୍ୟ କଭରେଜ୍ କରାଯାଉଛି। ଏହି ଯୋଜନା ଅଧିନରେ ଆସୁଥିବା ମେଡିକାଲ୍ ଗୁଡିକର ତାଲିକା। pic.twitter.com/CTWGrVEM92
— I & PR Department, Odisha (@IPR_Odisha) December 30, 2020