ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତରେ ବ୍ରିଟେନର ନୂଆ ଷ୍ଟ୍ରେନକୁ ନେଇ ଚିନ୍ତା ପ୍ରକାଶ ପାଇଛି । ବ୍ରିଟେନ ଫେରନ୍ତା ଲୋକଙ୍କ ପାଖରୁ କରୋନାର ନୂଆ ଭୂତାଣୁ ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ବ୍ରିଟେନକୁ ବିମାନ ଚଳାଚଳ ଉପରେ କଟକଣା ଲାଗୁ କରିଛନ୍ତି। ତେବେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଭାରତ ଓ ବ୍ରିଟେନ ମଧ୍ୟରେ ସମସ୍ତ ବିମାନ ସେବା ବାତିଲ କରାଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏ ନେଇ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଯୋଗୁଁ ଦ୍ରୁତଗତିରେ ସଂକ୍ରମଣ ବ୍ୟାପୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଡିସେମ୍ବର ୩୧ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଗତ ମଙ୍ଗଳବାର ୬ ବ୍ରିଟେନ ଫେରନ୍ତାଙ୍କଠାରେ ନୂଆ ଷ୍ଟ୍ରେନ ଠାବ ହୋଇଥିଲା। ଏହା ପରେ ବୁଧବାର ଆଉ ୧୪ ବ୍ରିଟେନ ଫେରନ୍ତାଙ୍କଠାରେ ଏହି ଷ୍ଟ୍ରେନ ଚିହ୍ନଟ ହୋଇଥିଲା। ଏହା ପରେ ବ୍ରିଟେନକୁ ବିମାନ ସେବା କଟକଣାର ସମୟସୀମା ବୃଦ୍ଧି କରାଯାଇଛି।
Decision has been taken to extend the temporary suspension of flights to & from the UK till 7 January 2021.
Thereafter strictly regulated resumption will take place for which details will be announced shortly.
— Hardeep Singh Puri (@HardeepSPuri) December 30, 2020