ସନ୍ଷ୍ଟାର ଟିଭି ବ୍ୟୁରୋ
ଦାନ୍ତେୱାଡ଼ା: ଛତିଶଗଡ଼ରେ ଦନ୍ତେୱାଡ଼ା ଜିଲ୍ଲାରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ।ଏହି ଗୁଳି ବିନିମୟ ମଧ୍ୟରେ ଦୁଇ ହାର୍ଡକୋର୍ ମହିଳା ମାଓବାଦୀ ନିହତ ହୋଇଛନ୍ତି । ଛତିଶଗଡ଼ ଦାନ୍ତେୱାଡ଼ା କାଲୋପଲ୍ ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଖବର ପାଇଁ କମ୍ବିଂ କରିଥିଲେ ଯବାନ। ତେବେ ଏହି ସମୟରେ ପୋଲିସ୍ ଉପରକୁ ଆଖିବୁଜା ଗୁଳି ମାଡ଼ କରିଥିଲେ ନକ୍ସଲ। ଏହାର କଡ଼ା ଜବାବ ଦେଇଥିଲେ ଯବାନ। ଏଥିରେ ୱାଣ୍ଟେଣ୍ଡ ମାଓବାଦୀ ଇଜେ ମରକୋମ୍ ଓ ମାଲାଙ୍ଗିରିଙ୍କ ମୃତ୍ୟୁ ହୋଇଛି। ଇଜେ ନାଁରେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ବେଳେ ମଲାଙ୍ଗିରି ଏରିଆ କମିଟି ମାଓ ସଙ୍ଗଠନର ସଦସ୍ୟ ଥିଲେ। ସୋମବାର ସନ୍ଧ୍ୟା ବେଳେ ଦନ୍ତେୱାଡ଼ା କିରନ୍ଦୁଲ ଥାନା ନିକଟରେ ଏହି ଏନ୍କାଉଣ୍ଟର ହୋଇଥିଲା ।
ତେବେ ଏହି ଏନକାଉଣ୍ଟର ବେଳେ ଖସି ପଲାଇଛନ୍ତି କିଛି ଦୁର୍ଦ୍ଦାନ୍ତ ମାଓବାଦୀ । କିଛି କ୍ୟାଡର୍ ମାଓବାଦୀ ଘଟଣାସ୍ଥଳରୁ ଚମ୍ପଟ୍ ମାରିବାରେ ସଫଳ ହୋଇଛନ୍ତି । ଅପରେସନ୍ ପରେ ଘଟଣାସ୍ଥଳରୁ ବ୍ୟାପକ ପରିମାଣର ମାରଣାସ୍ତ୍ର, ମାଓ ସାମଗ୍ରୀ ଜବତ ହୋଇଛି । ପୁରା ଅଞ୍ଚଳରେ ଏବେ କମ୍ବିଂକୁ ଜୋରଦାର କରାଯାଉଛି । ମିଳିଥିବା ସୂଚନା ମୁତାବକ, ମାଓବାଦୀ ମାନେ କିଛି ବଡ଼ ଧରଣର ଷଡଯନ୍ତ୍ର କରିବା ନେଇ ଯବାନଙ୍କ ପାଖରେ ସୂଚନା ମିଳିଥିଲା।