ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର; ରାଉରକେଲାରେ ନିର୍ମାଣ ହେବାକୁ ଯାଉଛି ଦେଶର ସର୍ବ ବୃହତ ହକି ଷ୍ଟାଡିୟମ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଘୋଷଣା ପରେ ସୁନ୍ଦରଗଡ ବାସିନ୍ଦା ବେଶ ଉତ୍ସାହିତ ଅଛନ୍ତି । ହକିର ଏନ୍ତୁଡିଶାଳ ବୋଲାଉଥିବା ରାଉରକେଲାରେ ସର୍ବବୃହତ୍ ହକି ଷ୍ଟାଡିୟମ ନିର୍ମାଣ ନେଇ ହକି ଖେଳାଳୀମାନେ ମଧ୍ୟ ବେଶ୍ ଖୁସି ଅଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତି ପାଇଁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ସୁନ୍ଦରଗଡର ବାସିନ୍ଦା ।
। ଏପରିକି ଏୟାରପୋର୍ଟ ଛକରୁ ଏକ ବିରାଟ ପଟୁଆରରେ ପାରମ୍ପରିକ ବାଦ୍ୟ ସହ ସେମାନେ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପରେ ନବୀନ ନିବାସରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଥିଲେ।
Hockey players and people of #Sundargarh district expressed their gratitude to CM @Naveen_Odisha for State Government’s initiative to build India’s largest hockey stadium in Rourkela. The stadium will host hockey’s greatest & finest during #HWC2023. #OdishaForSports pic.twitter.com/YR3hFTU9fp
— CMO Odisha (@CMO_Odisha) December 29, 2020