ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ପ୍ରତିଷ୍ଠା ଦିବସ ଅବସରରେ ନନ୍ଦନକାନନକୁ ରାଜ୍ୟ ସରକାରଙ୍କ ବଡ ଭେଟି । ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଆସନ୍ତା ୨୦ ବର୍ଷ ପାଇଁ ରାଜ୍ୟ ସରକାର ନନ୍ଦନକାନନ ପାଇଁ ପ୍ରସ୍ତୁତ କରିଛନ୍ତି ମାଷ୍ଟରପ୍ଲାନ। ୬୦୦ କୋଟି ଟଙ୍କା ବ୍ୟୟବରାଦରେ ନନ୍ଦନକାନନର ହେବ ନୂତନୀକରଣ । ବାହାର ଦେଶରୁ ବନ୍ୟଜନ୍ତୁ ଅଣାଯିବାର ବ୍ୟବସ୍ଥା କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ନନ୍ଦନକାନନ ୬୧ ତମ ପ୍ରତିଷ୍ଠା ଦିବସ ଅବସସରେ ଯୋଗ ଦେଇ ସେ ଏହି ଘୋଷଣା କରିଛନ୍ତି ।
ଏଥି ସହ ସଫାରି ପାଇଁ ୪ଟି ନୂତନ ବସ ଷ୍ଟାଣ୍ଡ ଉଦଘାଟନ କରାଯାଇଛି । ମଲ୍ଟି ପାର୍କିଂର ମୁଖ୍ୟ ରାସ୍ତାର ଲୋକାର୍ପଣ ହୋଇଛି । ଏହାଦ୍ୱାରା ପର୍ଯ୍ୟଟକ ମାନଙ୍କ ଯା’ଆସ ପାଇଁ ପୂର୍ବାପେକ୍ଷା ଅଧିକ ସୁବିଧା ହୋଇପାରିବ । ଦୀର୍ଘ ୯ ମାସ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ବୋଟିଂ ଵ୍ୟବସ୍ଥା । ଜାନୁଆରୀ ମାସ ଆରମ୍ଭରୁ ପୁଣି ବୋଟିଂର ପୁନର୍ବାର ମଜା ଉଠାଇ ପାରିବେ ପର୍ଯ୍ୟଟକ।