ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର; ଓଡିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ସ୍ଵାସ୍ଥାବସ୍ଥା ଗୁରୁତର ଅଛି । ରବିବାର ରାତିରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୮୪ବର୍ଷୀୟ ଶ୍ରୀ ମହାପାତ୍ର ନିମୋନିଆ ଏବଂ କିଡ୍ନୀ ଜନିତ ରୋଗରେ ପୀଡ଼ିତ ।
ଶ୍ରୀ ମହାପାତ୍ର ଓଡ଼ିଆ ସିନେମା ଜଗତରେ ସଙ୍ଗୀତ ଜଗତରେ ଟ୍ରେଣ୍ଡ୍ ସେଟର୍ ଥିଲେ । ଆଜି ପର୍ଯ୍ୟନ୍ତ ସେ ସଙ୍ଗୀତ ସାଧନାରେ ଲିପ୍ତ ରହିଥିଲେ। ଯେତେବେଳେ ସମୟ ପାଉଥିଲେ ହାର୍ମୋନିୟମ୍ ଧରି ସୁର୍ କରିବାରେ ବ୍ୟସ୍ତ ରହୁଥିଲେ। । ମଡର୍ଣ୍ଣ ଓଡ଼ିଆ ବାଲାଡ, ଆକାଶବାଣୀରେ ମଡର୍ଣ୍ଣ ଲୁଲାବେ, ପ୍ରଥମ କୱାଲି ଏବଂ ଭାଙ୍ଗରା ଟ୍ୱିନ୍କୁ ନେଇ ଫ୍ୟୁଜନ୍ ଗୀତ କରିବାରେ ପ୍ରଥମ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଶ୍ରୀ ମହାପାତ୍ର।
ସେ ପାଖାପାଖି ୧୯୦୦ ଗୀତର ସଂଯୋଜନା କରିଛନ୍ତି। ସେଥିରେ ୫୩ଟି ଫିଚର୍ ଓ ଟେଲି ଫିଲ୍ମ, ୧୦ ଯାତ୍ରା, ୬୦ ଆକାଶବାଣୀ ନାଟକ, ୧୦ ନୃତ୍ୟନାଟିକା ରହିଛି। ତାଙ୍କ ନିର୍ଦ୍ଦେଶିତ ଲୋକପ୍ରିୟ ଗୀତ ମଧ୍ୟରେ ‘ସେଇ ଚୁନା ଚୁନା’, ‘ମୟୂରୀ ଗୋ’, ‘ମୁଁ ତ ଥିଲି ଏକୁଟିଆ’, ‘ଏଇ ଜୀବନଟା ଏକ ନାଟକ’, ‘ଆଗୋ ଚନ୍ଦ୍ରିକା’ ଓ ‘ନୂପୂର ବଜାଏ କିଏ’ ଆଦି ଅନ୍ୟତମ । ସଙ୍ଗୀତ ଜଗତକୁ ଅନବଦ୍ୟ ଅବଦାନ ଲାଗି ତାଙ୍କୁ ୨୦୧୧ରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଡିଲିଟ୍ ସମ୍ମାନରେ ସମ୍ମାନିତ କରାଯାଇଛି।