ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଫେବୃୟାରୀରୁ ଖଣ୍ଡଗିରି ଫ୍ଲାଏ ଓଭର ଉପରେ ଗାଡ଼ି ଗଡ଼ିବ । ଏନେଇ ସୂଚନା ଦେଇଛନ୍ତି ଏନ୍ଏଚ୍ଏଆଇର ଚିଫ୍ ଜେନେରାଲ୍ ମ୍ୟାନେଜର ରାମପ୍ରସାଦ ପଣ୍ଡା । ବ୍ରିଜର କାମ ଏବେ ଅନେକାଂଶରେ ଶେଷ ହୋଇଛି । ଏହା ସହ ଜୁନ୍ ସୁଦ୍ଧା ଓଭର ବ୍ରିଜର ଉଭୟ ପାର୍ଶ୍ଵରେ ଯାନବାହାନ ଚାଳାଚଳ କରିବ । ମାତ୍ର ଫେବ୍ରୁଆରୀରୁ ଗୋଟିଏ ପାର୍ଶ୍ୱରେ ଗାଡି ଚଳାଚଳା କରିବ ବୋଲି ସୂଚନା ମିଳିଛି । ଖଣ୍ଡଗିରି ଫ୍ଲାଏଓଭର ନିର୍ମାଣ କାମ ଯୋଗୁଁ ଏନ୍ଏଚ୍-୧୬ରେ କମିଶନରେଟ୍ ପୁଲିସ ଟ୍ରାଫିକ୍ କଟକଣା ଅବଧି ବଢ଼ାଇ ଥିବାବେଳେ ରାତି ୧୧ଟାରୁ ସକାଳ ୫ଟା ଯାଏଁ ଖଣ୍ଡଗିରି ଥାନା ପାର୍ଶ୍ବରେ ସର୍ଭିସ୍ ରୋଡ୍ରେ ୱାନ୍-ୱେ ବ୍ୟବସ୍ଥା ଆଗକୁ ୨ ମାସ ଯାଏଁ ବଳବତ୍ତର ରହିବ । ଏନେଇ କମିଶନରେଟ୍ ପୁଲିସ୍ ଏକ ବିଜ୍ଞପ୍ତି ଜାରି କରିଛି । ସୂଚନା ମୁତାବକ, ଖଣ୍ଡଗିରି ଫ୍ଲାଏଓଭରରେ ତ୍ୱରିତ ଢଙ୍ଗରେ ନିର୍ମାଣ କାମ ଚାଲିଛି । କିଛି ଖୁଣ୍ଟରେ ଗ୍ରିଡର ପକାଇବା କାମ ମଧ୍ୟ ଚାଲିଛି । ଦିନ ବେଳା ଗାଡ଼ିମୋଟର ଅଧିକ ସଂଖ୍ୟାରେ ଯାଉଥିବା ବେଳେ ରାତିରେ ଠିକା ସଂସ୍ଥା ପକ୍ଷରୁ ଗ୍ରୀଡର କାମ କରାଯାଉଛି ।