ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ : ରାଜ୍ୟ ଅଗ୍ନିଶମ ସେବା ସଂସ୍ଥା ନିଆଁ ଲିଭାଇବା ଏବଂ ଉଦ୍ଧାର ଆଦି କାର୍ଯ୍ୟରେ ଠିକ୍ ସମୟରେ ସେବା ଯୋଗାଉଛନ୍ତି କି ନାହିଁ ସେ ସଂପର୍କରେ ଏଣିକି ବିପନ୍ନ ଏବଂ ଜନସାଧାରଣ ପ୍ରମାଣପତ୍ର ଦେବେ । ମୋ ସରକାର ବ୍ୟବସ୍ଥାରେ ସରକାର ଏବଂ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଫୋନ୍ରେ ଅଗ୍ନି ବିପନ୍ନଙ୍କ ସମେତ ଲୋକଙ୍କଠାରୁ ଏ ସଂପର୍କରେ ଭଲ ମନ୍ଦ ପ୍ରତିକ୍ରିୟା ବୁଝିବେ । ଏଥିଲାଗି ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାକୁ ମୋ ସରକାରରେ ସାମିଲ୍ କରାଯିବ ବୋଲି ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବ୍ୟବସ୍ଥାର ଶୁଭାରମ୍ଭ ଆସନ୍ତା ୫ରେ କରିବେ । ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅଗ୍ନିଶମ ସେବା ନିର୍ଦ୍ଦେଶାଳୟରେ ଡିଜି ଡ. ସତ୍ୟଜିତ୍ ମହାନ୍ତି ଅନ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସିଂରେ ସମୀକ୍ଷା କରିଛନ୍ତି ।