ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ନନ୍ଦନକାନନର ୬୧ତମ ପ୍ରତିଷ୍ଠା ଦିବସ । ଏହି ଅବସରରେରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ଜଟଣୀ ବିଧାୟକ ସୁରେଶ ରାଉତରାୟ ଯୋଗଦେବେ ଅତିଥି ଭାବେ ଯୋଗ ଦେବେ ବୋଲି ସୂଚନା ମିଳିଛି । ଏହି ଅବସରରେ ସଫାରି ପାଇଁ ୪ଟି ନୂତନ ବସ ଷ୍ଟାଣ୍ଡ ଉଦଘାଟନ କରାଯିବ । ତେବେ ଆଜି ମଧ୍ୟ ଧଳା ବାଘୁଣୀ ସ୍ନେହାର ଶାବକ ଦୁଇଟିର ନାମକରଣ କରାଯିବ ।
ପୂର୍ବରୁ ପ୍ରବେଶ ଓ ପ୍ରସ୍ଥାନ ପଥ ଗୋଟିଏ ଥିଲା । ଯାହା ପାଇଁ ଦର୍ଶକମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ତେବେ ପ୍ରବେଶ ଓ ପ୍ରସ୍ଥାନ ପଥ ଅଲଗା ହୋଇଛି ଓ ଏହାର ମଧ୍ୟ ଆଜି ମଧ୍ୟ ଲୋକାର୍ପଣ କରାଯିବ ।
ମଲ୍ଟି ପାର୍କିଂର ମୁଖ୍ୟ ରାସ୍ତାର ହେବ ଲୋକାର୍ପଣ । ଯାହାକି ପର୍ଯ୍ୟଟକ ମାନଙ୍କ ଯା ଆସ ପାଇଁ ପୂର୍ବାପେକ୍ଷା ସୁବିଧା ହୋଇପାରିବ। ଦୀର୍ଘ ୯ ମାସ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ବୋଟିଂ ଵ୍ୟବସ୍ଥା । ଜାନୁଆରୀ ମାସ ଆରମ୍ଭରୁ ପୁଣି ବୋଟିଂର ପୁନର୍ବାର ମଜା ଉଠାଇ ପାରିବେ ପର୍ଯ୍ୟଟକ ।
ସେପଟେ ଟଏ ଟ୍ରେନ, ରୋପ ୱେ ବି ନୂଆବର୍ଷଠାରୁ ଆରମ୍ଭ କରାଯିବାକୁ ଯୋଜନା ରଖାଯାଇଛି । ପ୍ରତିଷ୍ଠା ଦିବସ ଅବସରରେ ଜଙ୍ଗଲବିଭାଗ ଏବଂ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ତେବେ କୋଭିଡ୍ କଟକଣା ମଧ୍ୟରେ ଏ ସମସ୍ତ କାର୍ଯ୍ୟକ୍ରମପାଳନ କରାଯିବ ବୋଲି କହିଛନ୍ତି ନନ୍ଦନକାନନ କର୍ମଚାରୀ ।