ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଓଲିଉଡ ଜଗତର ଲୋକପ୍ରିୟ ଯୋଡି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ କଳହକୁ ନେଇ କିଛି ଦିନ ତଳେ ବର୍ଷା ପ୍ରିୟଦର୍ଶିନୀ ମହିଳା କମିଶନର ଦ୍ଵାରସ୍ଥ ହୋଇଥିଲେ ।ତେବେ ଏହାର ଶୁଣାଣି ପାଇଁ ଦୁଇ ଜଣଙ୍କୁ ନୋଟିସ ଜାରି କରିଥିଲେ ମହିଳା କମିଶନର । ଆଜି ମହିଳା କମିଶନରେ ହାଜର ହୋଇଛନ୍ତି ବର୍ଷା ଓ ଅନୁଭବ । ।ଦୁଇ ଜଣଙ୍କୁ ସାମ୍ନାସାମ୍ନୀ ବସାଇ ଆଲୋଚନା କରୁଛନ୍ତି ମହିଳା କମିଶନ ।
ସୂଚନା ଅନୁସାରେ ଅନୁଭବଙ୍କ ବାପା, ମାଆଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ହାଜର ପାଇଁ ନୋଟିସ ଜାରି କରିଛନ୍ତି କମିଶନ । ଆଜି କମିଶନଙ୍କ ନିକଟରେ ହାଜର ହେବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ନ୍ୟାୟ ପାଇଁ ବର୍ଷା ଗତ ୧୫ତାରିଖରେ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେବା ପରେ କମିଶନଙ୍କ ପକ୍ଷରୁ ମାମଲାକୁ ଗ୍ରହଣ କରି ନୋଟିସ ଜାରି କରାଯାଇଥିଲା । ଆଜି ଏହି ମାମଲାର ପ୍ରଥମ ଶୁଣାଣି ରହିଛି ।