ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ପାଖାପାଖି ୮ରୁ ୧୦ ଦିନ ହେବ ଶୀତର ପ୍ରକୋପ ବଢିବାରେ ଲାଗିଛି । ତେବେ ଆଗାମୀ ୩୧ଡିସେମ୍ବର ଶୀତର ପ୍ରଭାବ ସ୍ଵଭାବ ରହିବ ବୋଲି ସୁଚନା ମିଳିଛି ତେବେ ଏହି ଦିନଗୁଡିକରେ ୨ ରୁ ୩ ଡ଼ିଗ୍ରୀ ତଳକୁ ପାରଦ ଖସିବାର ସମ୍ଭାବନା ରହିଛି ।ତେବେ ୩୧ ଡିସେମ୍ଵର ପରଠାରୁ ଓଡ଼ିଶାର ଅଧିକାଂଶ ଜିଲ୍ଲାଗୁଡିକରେ ଶୀତର ପ୍ରଭାବ ଅଧିକ ରହିବ ଓ ବର୍ତ୍ତମାନର ତାପମାତ୍ରାଠାରୁ ୩ରୁ ୫ଡ଼ିଗ୍ରୀ ତଳେ ରହିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି ଏବଂ କଳାହାଣ୍ଡି ଜିଲ୍ଲାରେ ଘନ କୁହୁଡି ପଡ଼ିବାର ସମ୍ଭାବନା ମଧ୍ୟ ଅଧିକ ରହିଛି।
ସେହିପରି ୩୧ ତାରିଖ ରାତି ଠାରୁ ରାଜ୍ୟର ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ପ୍ରଭୃତି ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହେବା ସହ ରାତିର ତାପମାତ୍ରାରେ ହ୍ରାସ ପରିଲକ୍ଷିତ ହେବ । ଏହି ସମୟ ମଧ୍ୟରେ ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ରାତିର ତାପମାତ୍ରା ୧୩ ଡିଗ୍ରୀ ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ।
ଆଗାମୀ ୨ଦିନ ମଧ୍ୟରେ ରାତ୍ରି ତାପମାତ୍ରା ବା ସର୍ବନିମ୍ନ ତାପମାତ୍ରା ରେ ବଡ ପରିବର୍ତ୍ତନର ସମ୍ଭାବନା ନାହିଁ, ରାତ୍ରି ତାପମାତ୍ରା ଆଗାମୀ #୩୧ଡିସେମ୍ବର ଠାରୁ ୨ ରୁ ୩ ଡ଼ିଗ୍ରୀ ତଳକୁ ଖସିବାର ସମ୍ଭାବନା ଏବଂ #୩୧ତାରିଖ ପରଠାରୁ ରାତ୍ରି ତାପମାତ୍ରା ଓଡ଼ିଶାର ଜିଲ୍ଲାଗୁଡିକରେ ସ୍ୱାଭାବିକ ଠାରୁ #୩ରୁ–#୫ଡ଼ିଗ୍ରୀ ତଳେ ରହିବାର ସମ୍ଭାବନା pic.twitter.com/vBDr2JQQtE
— Meteorological Centre, Bhubaneswar (@mcbbsr) December 28, 2020