ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସ୍ନାତକ(ଗ୍ରାଜୁଏସନ୍) ଓ ସ୍ନାତକୋତ୍ତର (ପିଜି) ବିଦ୍ୟାର୍ଥୀମାନଙ୍କ ୧୨୪ ବିଷୟରେ ଅନ୍ଲାଇନ କୋର୍ସ ଆରମ୍ଭ କରିବାକୁ ଯାଉଛି । ଏହି କୋର୍ସ SWAYAM ପ୍ଲାଟଫର୍ମରେ ଅନୁଷ୍ଠିତ ହେବ। ତେବେ ଏହା Swayam.gov.in ଓ୍ଵେବସାଇଟ୍ରେ ଉପଲବ୍ଧ ହେବ । ୟୁଜି ପାଇଁ ୭୮ ଓ ପିଜି ପାଇଁ ୪୬ ଟି ପାଠ୍ୟକ୍ରମ ରହିଛି । ତେବେ ସମସ୍ତ ବିଶ୍ଵବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମକର ଲାଭ ଉଠାଇପାରିବେ। ତେବେ ଏହାର ଅଧିକ ସୂଚନା ugc.ac.in ପାଇପାରିବେ । ଏହି ଅନ୍ଲାଇନ୍ ପାଠ୍ୟକ୍ରମର କ୍ଲାସ ଜାନୁଆରୀ ୨୦୨୧ ରୁ ଆରମ୍ଭ ହେବାକୁ ଯାଉଛି ।
ପୂର୍ବ ବର୍ଷ ମଧ୍ୟ SWAYAMର ୬ଟି ଅନ୍ଲାଇନ୍ ପାଠ୍ୟକ୍ରମର କ୍ଲାସ କେନ୍ଦ୍ର ସ୍ତରରେ ୩୦ ସର୍ବଶ୍ରେଷ୍ଠ ଅନ୍ଲାଇନ୍ କୋର୍ସ ମଧ୍ୟରେ ସ୍ଥାନ ପାଇଥିଲା ।
78 UG & 46 PG Non-Engineering #MOOCS to be offered in January-2O21 semester on the #SWAYAM Platform. @PMOIndia @DrRPNishank @SanjayDhotreMP @EduMinOfIndia @DDNewslive @PIB_India @AkashvaniAIR @ANI @PIBHRD @SWAYAMMHRD @AICTE_INDIA @PTI_News pic.twitter.com/PyOmynMTgv
— UGC INDIA (@ugc_india) December 24, 2020