ସନ୍ଷ୍ଟାର ଟିଭି ବ୍ୟୁରୋ
ଗଞ୍ଜାମ: ଧିରେ ଧିରେ କରୋନା ସ୍ଥିତି ସୁଧାରୁଥିବା ବେଳେ ରାଜ୍ୟ ସରକାର ଧର୍ମାନୁଷ୍ଠାନ ଗୁଡିକୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ କୋଭିଡ଼ କଟକଣା ଭିତରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟରେ ଥିବା ଦେଶର ଅନ୍ୟତମ ପୁରାତନ ଶକ୍ତି ପୀଠ ତାରାତାରିଣୀ ମନ୍ଦିର ଆସନ୍ତା ୩ ତାରିଖରୁ ଖୋଲିବାକୁ ଯାଉଛି । କଟକଣା ମଧ୍ୟରେ ଭକ୍ତମାନେ ମା’ଙ୍କୁ ଦର୍ଶନ କରିବେ। ଏଥିସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଓପି ମଧ୍ୟ ଜାରି ହୋଇଛି। ତେବେ ଦୀର୍ଘ ୯ ମାସ ହେବ କରୋନା ମହାମାରୀ କାରଣରୁ ରାଜ୍ୟର ସମସ୍ତ ମନ୍ଦିରକୁ ବନ୍ଦ ରଖା ଯାଇଥିଲା ।
ଆଗକୁ ନୂଆ ବର୍ଷ ଆସୁଥିବାରୁ ଗଞ୍ଜାମ ଜିଲ୍ଲାରେ ଜିରୋ ନାଇଟ ସେଲିବ୍ରେସନ ଉପରେ ବି କଟକଣା ଲଗାଯାଇଛି। ଡିସେମ୍ବର ୩୧ ଓ ଜାନୁୟାରୀ ୧ରେ ପର୍ଯ୍ୟଟକମାନଙ୍କ ନିମନ୍ତେ ଗୋପଳପୁର ବେଳାଭୂମୀକୁ ବନ୍ଦ ରଖାଯାଇଛି ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ସୂଚନା ଦେଇଛନ୍ତି। ଆଜି ଗଞ୍ଜାମ ଜିଲ୍ଲାରୁ ୪ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।