ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜିଠୁ ଦେଶରେ ଗଡିବାକୁ ଯାଉଛି ଚାଳକ ବିହୀନ ମେଟ୍ରୋ । ଦିଲ୍ଲୀ ମେଟ୍ରୋ ମାଜେଣ୍ଟା ଲାଇନରେ ପ୍ରଥମେ ଏହି ଟ୍ରେନ ଗଡିବାକୁ ଯାଉଛି । ତେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନ୍ଫେରସିଙ୍ଗ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେଇ କହିଛନ୍ତି ଯେ ସହରୀକରଣ ଓ ଆଧୁନିକୀକରଣ ହେଉଛି ଏକ ସୁଯୋଗ ଯାହା ମାଧ୍ୟମରେ ଆମେ ଉନ୍ନତି କରିପାରିବା ।ପ୍ରତିଦିଵ ୫୦ ଲକ୍ଷ ଜନତା ମେଟ୍ରୋ ସୁବିଧାକୁ ଉପଭୋଗ କରୁଛନ୍ତି । ପୂର୍ବରୁ ମେଟ୍ରୋ ୨୪୮ କିମି ଯାଏଁ ଗମନ କରୁଥିଲା ମାତ୍ର ଏବେ ଏହା ୭୦୦ କିମି ଯାଏଁ ବୃଦ୍ଧି କରାଯାଇଛି । ସେ ଆଉ ମଧ୍ୟ କହିଛନ୍ତି ଯେ ଜଳ ମଧ୍ୟରେ ଯିବା ପାଇଁ ମଧ୍ୟ ମେଟ୍ରୋ ତିଆରି କରାଯାଉଛି ।
ତେବେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (ଡିଏମ୍ଆର୍ସି) କହିବାଙ୍କ କହିବା ଅନୁଯାୟୀ ଏହି ନୂତନ ସ୍ଵୟଂଚାଳିତ ଟ୍ରେନରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସେବା ଉପଲବ୍ଧ ହେବ । ଏହା ଦ୍ଵାରା ଭାରତ ବିଶ୍ଵର ପ୍ରମୁଖ ମେଟ୍ରୋ ରେଳ ସେବା ପ୍ରଦାନକାରୀ ରାଷ୍ଟ୍ର ମଧ୍ୟରେ ସାମିଲ ହେବ ।