ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଗତ କିଛି ଦିନ ହେବ ହାଡ଼ଭଙ୍ଗା ଶୀତରେ ଥରୁଛି ଓଡ଼ିଶା । ଥଣ୍ଡା ପବନ ସହ ଘନକୁହୁଡି ଲୋକମାନଙ୍କ ଜୀବନଯାପନଙ୍କୁ ଅସ୍ତବ୍ୟସ୍ତ କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଖସିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଫୁଲବାଣୀ ୫.୫, ଦାରିଙ୍ଗବାଡି ୬.୫, ଭବାନୀପାଟଣା ୯.୨, ବାରିପଦା ୯.୪, ଝାରସୁଗୁଡା ୯.୪, କୋରାପୁଟ ୯.୬ ଡିଗ୍ରୀ ତାପମାତ୍ରା ଆକଳନ କରାଯାଇଛି । ତେବେ କଟକରେ ୧୨ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଭୁବନେଶ୍ଵରରେ ରହିଛି ୧୩.୨ ଡିଗ୍ରୀ ।