ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର:ଲଣ୍ଡନ ଫେରନ୍ତାଙ୍କ ପାଇଁ ଚିନ୍ତାରେ ରାଜ୍ୟ ସରକାର । ବ୍ରିଟେନରେ କରୋନାର ନୂତନ ଷ୍ଟ୍ରେନ ସୃଷ୍ଟି ହୋଇଥିବାରୁ ଲଣ୍ଡନ ଫେରନ୍ତାଙ୍କ କରୋନା ପରୀକ୍ଷା କରିବା ନେଇ ସେମାନଙ୍କୁ ଖୋଜୁଛନ୍ତି ସରକାର । ନଭେମ୍ବର ୩୦ରୁ ଡିସେମ୍ବର ୨୧ଯାଏ ଲଣ୍ଡନରୁ ୧୮୧ଜଣ ଓଡ଼ିଶା ଫେରିଛନ୍ତି । ୧୧୯ ଜଣଙ୍କ ଠିକଣା ମିଳିଥିବା ବେଳେ ସେମାନଙ୍କ କରୋନା ପରୀକ୍ଷା ମଧ୍ୟ ସରିଛି । ସେମାନଙ୍କ ମଧ୍ୟରୁ ମାତ୍ର ୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ହେଲେ ଅନ୍ୟ ୬୨ ଜଣ ଭୁଲ ଫୋନ ନମ୍ବର ତଥା ଭୁଲ ଠିକଣା ଦେଇଥିବାରୁ ସରକାର ଙ୍କ ଚିନ୍ତାର କାରଣ ସାଜିଛନ୍ତି ।