ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆରମ୍ଭ ହୋଇଯାଇଛି ଏନ୍ଟିଏ (ନ୍ୟାସନାଲ ଟେଷ୍ଟି ଏଜେନ୍ସି) ଦ୍ଵାରା ପରିଚାଳିତ କମନ ମ୍ୟାନେଜମେଣ୍ଟ ଆଡ୍ମିଶନ ଟେଷ୍ଟ (ସିମ୍ୟାଟ୍) ଏବଂ ଗ୍ରାଜୁଏଟ୍ ଫାର୍ମାସୀ ଆପ୍ଟିଚ୍ୟୁଟ ଟେଷ୍ଟ (ଜିପିଟି) ପରୀକ୍ଷା ପାଇଁ ପଞୀକରଣ ପ୍ରକ୍ରୀୟା । ତେବେ ଉଭୟ ବିଷୟର ପଞୀକରଣ ଅବଧୀ ଡିସେମ୍ଵର୨୩ରୁ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ରହିଛି । ଫର୍ମରେ ତ୍ରୁଟି ଥିଲେ ଜାନୁଆରୀ ୨୫ରୁ ୩୦ ମଧ୍ୟରେ ସଂଶୋଧନ କରିପାରିବେ ।
ଉଭୟ ପରୀକ୍ଷା ଫେବୁଆରୀ ୨୨ରୁ ୨୭ରୁ ମଧ୍ୟରେ ଅନୁଷ୍ଠିତ ହେବ । ତେବେ ୨ ଟି ସିଟିଂରେ ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟାରେ ସରିବ ଓ ଦ୍ଵିତୀୟ ସିଟିଂ ଅପରାହ୍ନ ୩ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟାରେ ସରିବ । ଓ ଦୁଇଟି ଯାକ ପରୀକ୍ଷା କମ୍ୟୁଟର ବେସ ଟେଷ୍ଟ ମୋଡରେ କରାଯିବ ବୋଲି ସୂଚନା ଦେଇଛନ୍ତି ଏନ୍ଟିଏ କର୍ତ୍ତୁପକ୍ଷ ।
କ୍ୟାଟ ପାଇଁ ଆଗ୍ରହୀ ଛାତ୍ରଛାତ୍ରୀ ଏନ୍ଟିଏ ଓ୍ଵେବସାଇଟ୍ www.nta.ac.in /cmat.nta.nic.in ଓ ଜିପିଏଟି ପାଇଁ ଆଗ୍ରହୀ ଛାତ୍ରଛାତ୍ରୀ www.gpat.nta.nic.in /nta.ac.in କୁ ଯାଇ ଆବେଦନ କରିପାରିବେ ।