ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଏଥର ନୂଆବର୍ଷରେ ଜିରୋ ନାଇଟ୍ ସେଲିବ୍ରେସନକୁ ବାରଣ କରାଯାଇଛି କୋଭିଡ଼ କଟକଣାକୁ ଆଖି ଆଗରେ ରଖି ବିଏମ୍ସି କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜଧାନୀରେ ଥିବା ହୋଟେଲ, କ୍ଲବ, କନଭେନସନ୍ ହଲ୍ ଆଦିରେ ଜିରୋ ନାଇଟ୍ ସେଲିବ୍ରେସନକୁ ବନ୍ଦ ରଖିବା ସହ ଜନସମାଗମ ଉପରେ ମଧ୍ୟ ରୋକ ଲଗାଇଛି । ତେବେ ନୂଆବର୍ଷରେ ବାହାରକୁ ନ ଯାଇ ବରଂ ଘରେ ରହି ପାଳନ କରିବାକୁ ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି । ଡିସେମ୍ବର ୩୧ ଜିରୋ ନାଇଟ୍ ସେଲିବ୍ରେସନ ଓ ଜାନୁୟାରୀ ୧ ନୂଆବର୍ଷରେ କଟକ ଓ ଭୁବନେଶ୍ବରରେ ପୁଲିସ ପହରା ମାରିବ। ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରାଯିବା ସହ ଭିଡ଼କୁ ନିୟନ୍ତ୍ରଣ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି ପୂର୍ବରୁ କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି ।