ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର :ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଚିଠିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଓଡ଼ିଶା ସରକାର ବିଜୁ ପକ୍କା ଘର ଯୋଜନା ନାମରେ ନାମିତ କରିବାକୁ ବିରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଏ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରିବାକୁ ସେ ଦାବି କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ସେ ଜଣାଇଛନ୍ତି ଯେ ଏହି ପ୍ରମୁଖ ସରକାରୀ ଗ୍ରାମାଞ୍ଚଳ ଗୃହନିର୍ମାଣ ଯୋଜନା ଲାଗି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ୬୦: ୪୦ ଅନୁପାତରେ ପାଣ୍ଠି ଯୋଗାଉଥିଲେ ମଧ୍ୟ ତାହାକୁ ବିଜୁ ପକ୍କା ଘର ଯୋଜନା ବୋଲି ଲେଖିବା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସଂକ୍ଷିପ୍ତରେ ଓ ଛୋଟ ଅକ୍ଷରରେ ‘ପ୍ର.ଆ.ଯୋ’ ବୋଲି ଲେଖିବା ରାଜ୍ୟ ସରକାରଙ୍କ ସଂକୀର୍ଣ୍ଣ ମନୋଭାବର ପରିଚୟ ।ଏଣୁ ଏଥିରେ ଆବଶ୍ୟକ ସଂଶୋଧନର ଆବଶ୍ୟକତା ରହିଛି ।
ତେବେ ସେ ଚିଠି ଲେଖିବା ସହ ଟ୍ଵୁଟ୍ କରି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ।ସେ ଟ୍ଵୁଟ କରି ଲେଖିଛନ୍ତି ଯେ “ଏକ ବିରାଟ ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ସଂପୃକ୍ତ ଅଧିକାରୀଙ୍କୁ ଆପଣ ନିଶ୍ଚିତ ଭାବେ ଏହି ଭୁଲର ସଂଶୋଧନ ନିମନ୍ତେ ନିର୍ଦ୍ଦେଶନାମା ଜାରି କରିବେ ବୋଲି ମୋର ଦୃଢ ଆଶା ଓ ବିଶ୍ବାସ ଅଛି ।”
ଆଦରଣୀୟ @Naveen_Odisha , ପତ୍ର ଦ୍ବାରା ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ କେନ୍ଦ୍ର ସରକାରଙ୍କ ଆନୁପାତିକ ଅଂଶ ସହିତ “ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା”ର ବିଜ୍ଞାପନ ବିଷୟବସ୍ତୁରେ ଆବଶ୍ୟକୀୟ ସଂଶୋଧନର ନିହାତି ଆବଶ୍ୟକତା ରହିଛି ।
— Pratap Sarangi (@pcsarangi) December 28, 2020
ମାନ୍ଯବର ପ୍ରଧାନମନ୍ତ୍ରୀ 2022ସୁଦ୍ଧା ‘ସମସ୍ତଙ୍କ ପାଇଁ ଗୃହ”ର ଯେଉଁ ପରିକଳ୍ପନା ରଖିଛନ୍ତି ଏହା ସାକାର କରିବାରେ ଆପଣଙ୍କର ବ୍ୟକ୍ତିଗତ ହସ୍ତକ୍ଷେପ ଏବଂ ବିଭାଗୀୟ ସମନ୍ବୟ ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି । pic.twitter.com/GTmlcEnjNa
— Pratap Sarangi (@pcsarangi) December 28, 2020