ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବଢ଼ିଲା ଲର୍ଣ୍ଣର୍ସ ଲାଇସେନ୍ସର ବୈଧତା ଅବଧି। ଲର୍ଣ୍ଣର୍ସ ଲାଇସେନ୍ସର ବୈଧତା ଅବଧି ଆଉ ୩ ମାସ ବଢାଇଲେ ରାଜ୍ୟ ସରକାର । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ବିଭାଗ ।ଏହି ବୈଧତା ଅବଧିକୁ ୨୦୨୧ ମାର୍ଚ୍ଚ ୩୧ ଯାଏଁ ବର୍ଦ୍ଧିତ କରାଯାଇଛି । ପୂର୍ବରୁ ଏହାର ସମୟସୀମା ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିଥିଲା । କୋଭିଡ୍ କଟକଣା ଯୋଗୁଁ ଆରଟିଓରେ ସୀମିତ ସଂଖ୍ୟକ ଡିଏଲ୍ ଆବେଦନକାରୀଙ୍କ ସ୍ଲଟ୍ ବୁକିଂ ହେଉଛି। ତେଣୁ ଲର୍ଣ୍ଣର୍ସ ଲାଇସେନ୍ସ ଥିବା ଗାଡ଼ିଚାଳକ ଡିଏଲ୍ ଫାଇନାଲ୍ ଟେଷ୍ଟ୍ ପାଇଁ ସ୍ଲଟ୍ ବୁକିଂରେ ଅସୁବିଧା ଭୋଗୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ରାଜ୍ୟ ସରକାର ।
STA extends the validity of Learner’s Licence to 31.3.2021 in order to facilitate them to apply for DL. pic.twitter.com/3YiJ4irsfz
— STA Odisha (@STAOdisha) December 27, 2020