ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ୧ ମାସ ପୁରି ସାରିଥିଲେ ମଧ୍ୟ ଏଯାଏଁ ସରକାର ଓ କୃଷକଙ୍କ ମଧ୍ୟରେ ସମାଧାନର ସୁତ୍ର ବାହାରି ପାରିନାହିଁ । ସେପଟେ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଚାଷୀ ଆନ୍ଦୋଳନର ପ୍ରାରମ୍ଭରୁ ହିଁ ଚାଷୀକୁ ସମର୍ଥନ କରି ଆସିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ସେ ଭିନ୍ନ ଭିନ୍ନ ଉପାୟରେ କୃଷକମାନଙ୍କୁ ସମର୍ଥନ କରିବାରେ ଲାଗିଛନ୍ତି । ତେବେ ଆଜି ସେ ନିଜ ଟ୍ଵିଟର ଆକାଉଣ୍ଟରେ କୃଷକମାନଙ୍କୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଚାଷୀମାନଙ୍କ ପାଇଁ ଏକ ହିନ୍ଦୀ କବିତା ଲେଖିଛନ୍ତି । ଯେଉଁ କବିତାର ମୁଳ ଲେଖକ ହେଉଛନ୍ତି ଦ୍ଵାରିକା ପ୍ରସାଦ ମାହେଶ୍ଵରୀ ଅଟନ୍ତି । ଏହି କବିତାରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ରାହୁଲ ଗାନ୍ଧୀ ।
ତେବେ ଏହା ପୂର୍ବରୁ ଗତକାଲି ମଧ୍ୟ କୃଷକଙ୍କୁ କରିବା ଉଦ୍ଦେଶ୍ୟରେ ନିଜର ଟ୍ଵିଟରରେ ଏକ ଭିଡିଓ ସେୟାର କରିଥିଲେ ଓ ଭିଡିଓର କ୍ୟାପସନ୍ରେ ଲେଖିଥିଲେ ମିଟ୍ଟି କା କଣ୍ କଣ୍ ଗୁଜ୍ ରହା ହେ, ସରକାର କୋ ସୁନ୍ନା ପଡେଗା । କୃଷକ ଆନ୍ଦୋଳନକୁ କେନ୍ଦ୍ର କରି କେନ୍ଦ୍ର ସରକାରଙ୍କୁ ବାରମ୍ଵାର ଟାର୍ଗେଟ କରୁଛନ୍ତି ରାହୁଲ ଗାନ୍ଧୀ।
वीर तुम बढ़े चलो
धीर तुम बढ़े चलो
वॉटर गन की बौछार हो
या गीदड़ भभकी हज़ार हो
तुम निडर डरो नहीं
तुम निडर डटो वहीं
वीर तुम बढ़े चलो
अन्नदाता तुम बढ़े चलो! pic.twitter.com/MqsuS9QxEj— Rahul Gandhi (@RahulGandhi) December 27, 2020