ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ହାଡ଼ଭଙ୍ଗା ଶୀତରେ ଥରୁଛନ୍ତି ସାରା ଓଡ଼ିଶାବାସୀ । ରାଜ୍ୟରେ ୯ଟି ସ୍ଥାନରେ ୧୦ ଡିଗ୍ରୀ ତଳକୁ ଖସି ଆସିଛି ପାରଦ । ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶା ସବୁଠି ଅନୁଭୂତ ହେଉଛି ଥଣ୍ଡାର ପ୍ରକୋପ ଏହା ସହ ଚାରିଆଡେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଗତକାଲି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ସେହିପରି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ, ଝାରସୁଗୁଡ଼ାରେ ୮.୨ ଡିଗ୍ରୀ ଓ ସୁନ୍ଦରଗଡ଼ରେ ୯ ଡିଗ୍ରୀ ଭବାନୀପାଟଣାରେ ୯.୬ ଡିଗ୍ରୀ, କେନ୍ଦୁଝରଗଡ଼ରେ ୯.୪ ଡିଗ୍ରୀ, ତାଳଚେରରେ ୯.୩ ଡିଗ୍ରୀ, ସୋନପୁର ୯.୬ ଡିଗ୍ରୀ, ବଲାଙ୍ଗୀରରେ ୯.୮ ଡିଗ୍ରୀ ଏବଂ ବାରିପଦାରେ ସର୍ବନିମ୍ନ ୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ପ୍ରବଳ ଶୀତ ଯୋଗୁଁ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ିଛି। କିଛି ସ୍ଥାନରେ କୁହୁଡ଼ି ଯୋଗୁଁ ମଧ୍ୟ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ତେବେ ରାଜ୍ୟରେ ଶୀତର ପ୍ରକୋପ ଆହୁରି ୪ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ ସୂଚନା ଦେଇଛି ।