ସନ୍ଷ୍ଟାର ଟିଭି ବ୍ୟୁରୋ
ଗୌହାଟୀ: ଦୁଇ ଦିନିଆ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ଏବଂ ଆସାମ ଯାଇଛନ୍ତି । ଆଜି ପୂର୍ବାହ୍ନରେ ଆସାମର ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋଓ୍ଵାଲ୍ ଏବଂ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଙ୍କ ସହ ଗୌହାଟିସ୍ଥିତ କାମାକ୍ଷା ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିଛନ୍ତି । ତେବେ କାମାକ୍ଷା ମନ୍ଦିର ଦର୍ଶନ ସମୟର କିଛି ଫଟୋ ଟ୍ଵିଟରରେ ପୋଷ୍ଟ୍ କରି ଅମିତ ଶାହ ଲେଖିଛନ୍ତି ଯେ, ଆମ ନାଗରିକଙ୍କ ପାଇଁ ମଙ୍ଗଳ ଓ ସମୃଦ୍ଧି କାମନା କରି ପ୍ରାର୍ଥନା କରିବା ସହ ମାତା କାମାକ୍ଷା ଦେବୀଙ୍କ ଆଶୀର୍ବାଦ ଗ୍ରହଣ କରିଛି।
Took blessings at Maa Kamakhya Devi temple and prayed for the wellbeing and prosperity of our citizens.
ঐতিহ্যমণ্ডিত কামাখ্যা মন্দিৰত মা কামাখ্যাৰ শ্ৰীচৰণত সেৱা জনাই সকলোৰে কল্যাণৰ বাবে প্ৰাৰ্থনা জনালোঁ। pic.twitter.com/Hl0cE3SXu2
— Amit Shah (@AmitShah) December 27, 2020
ସେପଟେ ଆଜି ଇମ୍ଫାଲ୍ରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେଇଛନ୍ତି । ସେ ଚୁରାଚନ୍ଦପୁର ମେଡିକାଲ୍ କଲେଜର ଶିଳାନ୍ୟାସ କରିବା ସହ ଇମ୍ଫାଲ୍ରେ ରାଜ୍ୟ ସରକାରଙ୍କ ଅତିଥିଗୃହ, ନୂଆଦିଲ୍ଲୀର ଦ୍ୱାରକାରେ ମଣିପୁର ଭବନ, ମୁଓଙ୍ଗଖୋଙ୍ଗ୍ରେ ଆଇଆଇଟି, ଇମ୍ଫାଲ୍ରେ ରାଜ୍ୟ ପୁଲିସ ମୁଖ୍ୟାଳୟ ଏବଂ ‘ଇଣ୍ଟିଗ୍ରେଟେଡ୍ କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲ୍ ସେଣ୍ଟର୍ ସିଟି’ର ମଧ୍ୟ ଶିଳାନ୍ୟାସ କରିବେ ବୋଲି ସୂଚନା ମିଳିଛି ।